ଗୁଟଖା ଗୋଦାମ ଓ ଦୋକାନରେ ଚଢାଉ, ବିପୁଳ ସାମଗ୍ରୀ ଜବତ ସହ ଜରିମାନା ଆଦାୟ

Published By : Prameya-News7 Bureau | May 28, 2024 IST

ଜୟପୁର ୨୮।୫: ଜୟପୁର ସହରର ବିଭିନ୍ନ ଗୁଟଖା ଗୋଦାମ ଓ ଦୋକାନ ଉପରେ  ପୌରପାଳିକା ଓ ଉପଖଣ୍ଡ ପ୍ରଶାସନର ମିଳିତ ଚଢାଉ । ଏହି ଚଢାଉରେ ଜୟପୁର ଉପ-ଜିଲ୍ଲାପାଳଙ୍କ ସମେତ ଜୟପୁର ପୌର ନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି । ବହୁ ପରିମାଣର ଗୁଟଖା ଓ ତମ୍ବାଖୁ ଜାତୀୟ ସାମଗ୍ରୀ ଜବତ ସହ ଜରିମାନା ଆଦାୟ କଲା ପ୍ରଶାସନ । ନିୟମ ଅନୁସାରେ ଗୁଟଖା ଓ ତମ୍ବାଖୁ ସାମଗ୍ରୀ ବିକ୍ରି କରିବା ପାଇଁ ଆବଶ୍ୟକ ଲାଇସେନ୍ସ ଦରକାର । ସେହିପରି ଏହିସବୁ ସାମଗ୍ରୀ ଉପରେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସଚେତନତା ସୂଚନା ରହିବା ବି ଆବଶ୍ୟକ । କିନ୍ତୁ ଜୟପୁର ସହରର ଅନେକ ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ତମ୍ବାଖୁ ସାମଗ୍ରୀ ବେଆଇନ ଭାବେ ବିକ୍ରି କରୁଥିଲେ । ଏସବୁ ସାମଗ୍ରୀ ଉପରେ ଏପରି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସଚେତନତା ସୂଚନା ଦିଆଯାଇ ନାହିଁ । ତେଣୁ ଦୁଇଟି ଦୋକାନରୁ ବିପୁଳ ପରିମାଣର ଏସବୁ ସାମଗ୍ରୀ ଜବତ ହେବା ସହ ଏହି ବ୍ୟବସାୟୀ ମାନଙ୍କ ଠାରୁ ଜରିମାନା ଆଦାୟ ହୋଇଛି । ଚଢାଉ ଭୟରେ କିଛି ବ୍ୟବସାୟୀ ଦୋକାନ ବନ୍ଦ କରି ଚାଲି ଯାଇଥିଲେ । ତଥାପି ଏସବୁ ଦୋକାନକୁ ସିଜ୍ କରାଯାଇଛି ଏବଂ ଆଗକୁ ଏହି ଦୋକାନ ମଧ୍ୟ ଯାଞ୍ଚ ହେବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

You Can Read :

ବାପାର କର୍ତ୍ତବ୍ୟ କରି ଅସିତଙ୍କ ପାଇଁ ଭୋଟ୍ ମାଗିଲେ ଯୁଗୋଳ, ଝିଅ ଶ୍ବେତା ବି କରୁଛନ୍ତି ଡୋର୍ ଟୁ ଡୋର୍ କ୍ୟାମ୍ପେନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.