'ସଞ୍ଜୁ ସାମସନଙ୍କ ସହ ମୋର କମ୍ପିଟିସନ୍', ଏମିତି କାହିଁକି କହିଲେ ଜିତେଶ ଶର୍ମା ?

NEWS7
rahul-gandhi-reacts-to-biren-singhs-resignation-urges-pm-modi-to-visit-the-state

କଟକ, ୧୦/୧୨:କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି୨୦ମୁକାବିଲାରେ ଜିତିଛି ଭାରତ । ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟ ସେନା ବାଜି ମାରିନେଇଛି । ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ଅର୍ଧଶତକ ବଳରେ ଭାରତ ଭ୍ରମଣକାରୀ ଟିମକୁ୧୭୬ରନର ଟାର୍ଗେଟ୍ ଦେଇଥିଲା । ଯାହାକୁ ଚେଜ୍ କରିବାରେ ଦ.ଆଫ୍ରିକା ବିଫଳ ହୋଇଥିଲା ।

ତେବେ ମୁକାବିଲାରେ ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ ଜିତେଶ ଶର୍ମା । ସଞ୍ଜୁ ସାମସନଙ୍କ ଭଳି ଅନୁଭବି ଖେଳାଳିଙ୍କ ବଦଳରେ ଜିତେଶଙ୍କୁ ଚାନ୍ସ ଦେଇଥିଲା ଟିମ୍ । ଯାହାକୁ ନେଇ ଜିଡେଶ କହିଛନ୍ତି ଯେ, ସଞ୍ଜୁ ସାମସନ ତାଙ୍କ ପାଇଁ ବଡ ଭାଇ ଭଳି ହେବେ । ଉଭୟ ଖେଳାଳି ଦଳ କେମିତି ଭଲ ପ୍ରଦର୍ଶନ କରିବ ସେନେଇ ଚିନ୍ତା କରିଥାନ୍ତି ।

ଜିତେଶ ଆହୁରି କହିଛନ୍ତି ଯେ, ଟିରେ ସଞ୍ଜୁଙ୍କ ସହ ଖେଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ସଞ୍ଜୁଙ୍କ ସହ ଖେଳିଲେ ପରିସ୍ଥିତି ସକରାତ୍ମକ ହୋଇଥାଏ । ତାଙ୍କଠୁ ଅନେକ କିଛି ଶିଖିବାକୁ ମିଳେ ।ସମସ୍ତ ଭଖେଳାଳି ଭାରତୀୟ ଟିମର ଶକ୍ତି ବୋଲି ସେ କହିଛନ୍ତି ।

ଦଳର ଓ୍ୱିକେଟ୍ କିପିଂକୁ ନେଇ ଜିତେଶ କହିଛନ୍ତି ଯେ, ସଞ୍ଜୁଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ମୁକାବିଲା ନାହିଁ । ଯାହା ବି ଅଛି ତାହା କ୍ରିକେଟ କ୍ୟାରିଅରରେ ରହିଛି । ସେମାନେ ଦେଶ ପାଇଁ ଖେଳିଥାନ୍ତି । ସଞ୍ଜୁ ତାଙ୍କୁ ଅନେକ କିଛି ଉପଦେଶ ଦିଅନ୍ତି । କିପରି ଭଲ କିପିଂ କରିହେବ । କିପରି ଚାପରେ ବଡ ସ୍କୋର କରାଯାଏ ତାହା ଶିଖିବାକୁ ମିଳେ ବୋଲି ଭାରତୀୟ ଦଳର ଉଦୀୟମାନ କିପର୍ ଜିତେଶ କହିଛନ୍ତି ।