କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ, କାର୍ଯ୍ୟଦକ୍ଷତା ବଢ଼ିବ

NEWS7
rahul-gandhi-met-some-people-from-manipur-in-delhi

ମେଷ- ତୃତୀୟ ଚନ୍ଦ୍ର ଯୋଗୁ ସାହସ ଓ ପରାକ୍ରମ ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହ ସମ୍ପର୍କରେ ଉନ୍ନତି ଆସିବା ସହ ସେମାନଙ୍କଠାରୁ ସହଯୋଗ ପାଇ କୌଣସି ନୂଆ କାମ ଆରମ୍ଭ କରିବେ।ନୂତନ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ ଏବଂ ଅଟକିଥିବା କାର୍ଯ୍ୟଗୁଡ଼ିକ ଶୀଘ୍ର ସମାପ୍ତ ହୋଇ ମନ ଖୁସି ରହିବ। ଆତ୍ମବିଶ୍ୱାସର ସହ ନିଷ୍ପତ୍ତି ନିଅନ୍ତୁ ଏବଂ କୌଣସି ଛୋଟ ଯାତ୍ରାରୁ ଆର୍ଥିକ ଭାବେ ଲାଭବାନ ହୁଅନ୍ତୁ।

ବୃଷ- ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ଶନିବାର ଆପଣଙ୍କ ପାଇଁ ଘାତ ବାର ହୋଇଥିବାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ ଏବଂ କାହା ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ମିଥୁନ- ଚନ୍ଦ୍ର ଆପଣଙ୍କ ରାଶିରେ ଅବସ୍ଥାନ କରୁଥିବାରୁ ଏହା ଶ୍ରୀ ଚନ୍ଦ୍ର ଭଳି ଶୁଭ ଫଳ ପ୍ରଦାନ କରିବେ ଏବଂ ସମ୍ମାନ ବଢ଼ିବ। ମନ ପ୍ରଫୁଲ୍ଲ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିବେ ଏବଂ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କର ବ୍ୟକ୍ତିତ୍ୱର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିବ ଏବଂ ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରିପାରନ୍ତି।

କର୍କଟ- ଦ୍ୱାଦଶ ଚନ୍ଦ୍ର ହେତୁ ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗୁ ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେଇପାରେ। କର୍ମକ୍ଷେତ୍ରରେ କିଛିଟା ବାଧା ଉପୁଜିପାରେ ତେଣୁ ନିଜର କର୍ତ୍ତବ୍ୟ ପ୍ରତି ଅଧିକ ସଚେତନ ଓ ଯତ୍ନବାନ ରୁହନ୍ତୁ। ଗୁପ୍ତ ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ ଏବଂ ଆର୍ଥିକ କାରବାର ବେଳେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ମାନସିକ ଶାନ୍ତି ପାଇଁ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ ଏବଂ ଯାତ୍ରା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ- ଏକାଦଶ ଚନ୍ଦ୍ର ଯୋଗୁ ଲାଭର ଉତ୍ତମ ଯୋଗ ରହିଛି ଏବଂ ଆୟ ବୃଦ୍ଧି ପାଇବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବା ସହ ପରିବାରରେ ହସଖୁସି ଓ ଶାନ୍ତିର ପରିବେଶ ବଜାୟ ରହିବ। ଆୟର ନୂଆ ପନ୍ଥା ଫିଟିବ ଏବଂ ବନ୍ଧୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରି ଆନନ୍ଦିତ ହେବେ। ଆପଣଙ୍କର ଦୀର୍ଘକାଳୀନ ଯୋଜନାଗୁଡ଼ିକ ସଫଳ ହେବ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବହୁଗୁଣିତ ହେବ।

କନ୍ୟା- ଦଶମ ଚନ୍ଦ୍ର କର୍ମକ୍ଷେତ୍ରରେ ଆପଣଙ୍କୁ ବହୁତ ସୁନାମ ଦେବ ଏବଂ ପଦୋନ୍ନତି ପାଇଁ ନୂଆ ସୁଯୋଗ ମିଳିପାରେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ କୌଣସି ଜଟିଳ ସମସ୍ୟାର ସମାଧାନ କରି ଆତ୍ମସନ୍ତୋଷ ପାଇବେ। ପିତାଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସରକାରୀ କାର୍ଯ୍ୟରୁ ଆଶାତୀତ ଲାଭ ପାଇବାର ସମ୍ଭାବନା ଅଛି। ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ ଏବଂ କାର୍ଯ୍ୟଦକ୍ଷତା ବଢ଼ିବ।

ତୁଳା- ନବମ ଚନ୍ଦ୍ର ଯୋଗୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ମନ ଲାଗିବ। ଦୂର ଯାତ୍ରା ସଫଳ ହେବ ଏବଂ ମୂଲ୍ୟବାନ ସାମଗ୍ରୀ ପ୍ରାପ୍ତିର ଏକ ଶୁଭ ଯୋଗ ରହିଛି। ବଡ଼ବଡ଼ିଆଙ୍କ ଆଶୀର୍ବାଦରୁ ଅଟକି ଥିବା ପୁରୁଣା କାମଗୁଡ଼ିକ ସଫଳତାର ସହ ଶେଷ ହୋଇ ମନ ହାଲୁକା ହେବ। ଶିକ୍ଷା କ୍ଷେତ୍ରରେ ଥିବା ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ଉଚ୍ଚଶିକ୍ଷା ପାଇଁ ରାସ୍ତା ପ୍ରଶସ୍ତ ହେବ।

ବିଛା- ଅଷ୍ଟମ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ ଏବଂ କୌଣସି ବିପଦପୂର୍ଣ୍ଣ କାମରୁ ଦୂରେଇ ରୁହନ୍ତୁ। ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଅଯଥା କ୍ରୋଧରୁ ନିଜକୁ ନିବୃତ୍ତ ରଖନ୍ତୁ। ମାନସିକ ଚାପ ବଢ଼ିପାରେ ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଏବଂ ପଡ଼ୋଶୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ- ସପ୍ତମ ଭାବରେ ଚନ୍ଦ୍ର ଥିବାରୁ ଏହା ଆପଣଙ୍କ ପାଇଁ ଘାତ ଚନ୍ଦ୍ର ଅଟନ୍ତି ତେଣୁ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ ଏବଂ ବ୍ୟବସାୟରେ ନିଷ୍ପତ୍ତି ନେବା ବେଳେ ସତର୍କତା ଆବଶ୍ୟକ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ ଏବଂ ଶତ୍ରୁମାନେ ଗୁପ୍ତରେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ ।

ମକର- ଷଷ୍ଠ ଚନ୍ଦ୍ର ଯୋଗୁ ଶତ୍ରୁମାନେ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପ୍ରଶଂସାର ପାତ୍ର ହେବେ ଏବଂ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ କରିବେ। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ ଏବଂ ଆର୍ଥିକ ଉନ୍ନତିର ମାର୍ଗ ଖୋଲିଯିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ଫଳାଫଳ ଆସିବ।

କୁମ୍ଭ- ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଭଲ ପ୍ରଦର୍ଶନ କରିବେ ଏବଂ ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ପାଇବେ। କୌଣସି ନୂତନ ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ ଏବଂ ପ୍ରେମ ଜୀବନରେ ମଧୁରତା ସହ ନୂଆ ସମ୍ପର୍କ ଗଢ଼ିବ। ବୁଦ୍ଧି ଓ ବିବେକ ଯୋଗୁ ସମସ୍ତ ପାରିବାରିକ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ।

ମୀନ- ଚତୁର୍ଥ ଚନ୍ଦ୍ର ପାରିବାରିକ ସୁଖଶାନ୍ତି ପ୍ରଦାନ କରିବ ଏବଂ ଘର ପାଇଁ ନୂତନ ସାମଗ୍ରୀ କ୍ରୟ କରିବାରେ ବ୍ୟସ୍ତ ରହିବେ। ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ବନ୍ଧୁମାନଙ୍କ ସହ ହସଖୁସିରେ ସମୟ ଅତିବାହିତ କରି ମନ ପ୍ରଫୁଲ୍ଲ ରହିବ। ନୂତନ ଜମି କିମ୍ବା ଗୃହ କ୍ରୟ ପାଇଁ ଯୋଜନା କରିବାକୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ |

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682