ରାଜପାଲ୍ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ବୁଧବାର ସନ୍ଧ୍ୟା ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

NEWS7
rahul-gandhi-gave-45-minutes-speech-take-chaina-name-34-rimes

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ୍ ଯାଦବଙ୍କ ଅଡ଼ୁଆ ବଢ଼ିଲା । ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ତାଙ୍କୁ ଫେବୃଆରୀ ୪, ୨୦୨୬ ସନ୍ଧ୍ୟା ୪ଟା ସୁଦ୍ଧା ସମ୍ପୃକ୍ତ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା କ’ଣ ?

ପିଟିଆଇ ଅନୁଯାୟୀ, ରାଜପାଲ ଯାଦବ ମେସର୍ସ ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀରୁ ପ୍ରାୟ ୫ କୋଟି ଋଣ ନେଇଥିଲେ। କମ୍ପାନୀ କହିଛି ଯେ, ରାଜପାଲ ଯାଦବ ଟଙ୍କା ପରିଶୋଧ କରିବା ପାଇଁ ଅନେକ ଚେକ୍ ଦେଇଥିଲେ, କିନ୍ତୁ ସେଗୁଡ଼ିକ ସବୁ ବାଉନ୍ସ ହୋଇଗଲା। କମ୍ପାନୀ (ମେସର୍ସ ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍) ରାଜପାଲ ଯାଦବଙ୍କ ବିରୋଧରେ ଏକ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲା।

ନିମ୍ନ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଦେଇଥିଲେ। ହାଇକୋର୍ଟ ପୂର୍ବରୁ ତାଙ୍କ ଦଣ୍ଡକୁ ସ୍ଥଗିତ ରଖିଥିଲେ । କିନ୍ତୁ ଅଭିନେତା କମ୍ପାନୀକୁ ଋଣ ପରିଶୋଧ କରିବେ ବୋଲି ସର୍ତ୍ତ ରଖିଥିଲେ କୋର୍ଟ। ସେ ଋଣ ପରିଶୋଧ କରିବେ ବୋଲି କୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ରାଜପାଲ ଯାଦବ ବିଫଳ ହୋଇଥିଲେ ।

କୋର୍ଟ କହିଛନ୍ତି ଯେ, ତାଙ୍କର ଆଚରଣ ଅତ୍ୟନ୍ତ ଅନୁପଯୁକ୍ତ ଏବଂ ସେ କୋର୍ଟର ବିଶ୍ୱାସ ଭାଙ୍ଗିଛନ୍ତି । କୋର୍ଟରେ ଅନେକ ଥର ମାମଲାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ରାଜପାଲ ଯାଦବ ପ୍ରାୟ ଅଢ଼େଇ କୋଟି ଟଙ୍କା ଦବାର ଥିଲା । କିନ୍ତୁ ସେ ଦେଇପାରି ନାହାନ୍ତି । ଏବେ ସେ ଥାନାରେ ଆତ୍ମସମର୍ପଣ କରିବେ ଏବଂ ତାଙ୍କୁ ଗିରଫ କରାଯାଇପାରେ ।

କୋର୍ଟ ଅଭିନେତା ରାଜପାଲ ଯାଦବଙ୍କୁ ଅନେକ ସୁଯୋଗ ଦେଇଥିଲେ, କିନ୍ତୁ ପ୍ରତ୍ୟେକ ଥର ସେ ତାଙ୍କ ପ୍ରତିଶ୍ରୁତି ଭାଙ୍ଗିଥିଲେ। ତେଣୁ, ବିଚାରପତି ସ୍ୱରଣ କାନ୍ତ ଶର୍ମା କଠୋର ଆଭିମୁଖ୍ୟ ଗ୍ରହଣ କରି ରାୟ ଦେଇଛନ୍ତି ଯେ, ରାଜପାଲଙ୍କୁ ଆଉ କୌଣସି ଆଶ୍ୱସ୍ତି ଦିଆଯାଇପାରିବ ନାହିଁ।