ମେ ୧୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ବଲାଙ୍ଗୀରରେ କରିବେ ନିର୍ବାଚନୀ ପ୍ରଚାର

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩/୦୫: ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା ମେ’ ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ । ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । 

ବଲାଙ୍ଗୀରରେ ୪୫ ମିନିଟର ସାଧାରଣ ସଭାରେ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁନର୍ବାର ଭୁବନେଶ୍ୱର ବିମାନବନ୍ଦର ପ୍ରତ୍ୟାବର୍ତ୍ତନ କରି ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା କରିବେ ରାହୁଲ । ଏହାପରେ ୧୬ ତାରିଖରେ aicc ଅଧକ୍ଷ ମଲିକାର୍ଜୁନ ଖଡ଼ଗେ ମଧ୍ୟ ଓଡିଶା ଆସିବାର କାଜ୍ୟକ୍ରମ ରହିଛି । କନ୍ଧମାଳରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.