ଭୁବନେଶ୍ବର ୨୭/୭: ଖଣି ଜମି ଉପରେ ରୟାଲଟି ଆଦାୟ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । କହିଛନ୍ତି କୋଇଲା ରୟାଲଟି ଉପରେ କୌଣସି ରାଜ୍ୟକୁ ଅବହେଳା କରାଯିବନି । ଯାହାର ଯେତିକି ହକ୍ ସେତିକି ମିଳିବ ।
କୋଇଲା ଖଣିର ରୟାଲଟି ଉପରେ କାହାକୁ କେତେ ଯିବ ସେ ନେଇ ନିତି ଆୟୋଗରେ ଆଲୋଚନା ହେବ । ସବୁ ଜାଗାକୁ ବିଜେପି ଫୋକସ୍ କରିବ ।ଯେଉଁ ଖଣି ଭାରତରେ ନାହିଁ,ବିଦେଶରୁ ଆମଦାନୀ ହେଉଛି,ସେଭଳି ଖଣିଜ ଉପରେ ଆମର ନଜର ରହିଛି । ଏବେ ସର୍ଭେ ଚାଲିଛି । ଯେଉଁଠି ଏଭଳି ଖଣି ବାହାରିବ ସେ ଦିଗରେ କାର୍ଯ୍ୟ କରାଯିବ ।
ପୂର୍ବ ସରକାର ଓ ବର୍ତ୍ତମାନର ସରକାର ଭିତରେ ବହୁତ ଫରକ ଅଛି । ବିଜେପି ସରକାରରେ ବହୁତ କାମ ହୋଇଛି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ନାଲ୍କୋ ପରିଦର୍ଶନ କରିବା ସହ ସମୀକ୍ଷା କରିବେ ।