ସୋର ୨୭/୦୭: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରାଛାତ୍ରୀ ଅସୁସ୍ଥ । ଅଣ୍ଡା ଝୋଳ ଖାଇ ଛାତ୍ରାଛାତ୍ରୀମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାର ପୁର ବାନିଶିଆ ପ୍ରାଥମିକ ବିଦ୍ୟାଳୟରେ ନଜର ଆସିଛି ଏମିତି ଘଟଣା ।
ସୂଚନା ଥାଉକି, ଶନିବାର ସକାଳୁଆ ସ୍କୁଲ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇ ପଡ଼ିଥିଲେ । ସ୍କୁଲରେ ୩୫ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଛାତ୍ରଛାତ୍ରୀମାନଙ୍କ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ସହିତ ଝାଡ଼ା ହେଉଛି । ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରେ ଥିବାରୁ ସୋର ଏମଏଲଏ ମାଧବ ଧଡାଙ୍କ ନିର୍ଦ୍ଧେଶ କ୍ରମେ ସୋର ଡାକ୍ତରଖାନାର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ବାଣିଶିଆ ଗାଁକୁ ଏକ ଡ଼ାକ୍ତରୀ ଟିମ ପଠାଇଛନ୍ତି ।