ନୂଆଦିଲ୍ଲୀ ୭।୭: ନ୍ୟାସନାଲ ହେରଲ୍ଡ ମନିଲଣ୍ଡ୍ରିଂ ମାମଲାରେ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ଆର.ଏସ୍.ଚିମା ବଡ଼ ବୟାନ ଦେଇଛନ୍ତି। ସେ ତର୍କ ରଖିଛନ୍ତି ଯେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଆସୋସିଏଟେଡ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ)ର ସମ୍ପତ୍ତି ବିକ୍ରି ଉଦ୍ୟମ କରିନାହିଁ, ସେହି ସଂସ୍ଥାକୁ ବଞ୍ଚାଇବାକୁ ପ୍ରୟାସ କରିଛି ଯାହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅଂଶବିଶେଷ ଥିଲା।
ଆଡଭୋକେଟ ଚିମା ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଲ ଗୋଗନେଙ୍କ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ନେଇ ନିଜର ତର୍କ ଉପସ୍ଥାପନ କାଳରେ ଆଡଭୋକେଟ ଚିମା ପ୍ରସିଦ୍ଧ ଇଂରାଜୀ ଲେଖକ ମାର୍କ ଟ୍ୱେନ ଓ ଊର୍ଦ୍ଦୁ କବି ୱସିମ୍ ବରେଲିୱିଙ୍କ ପଙକ୍ତି ଉଦ୍ଧୃତ କରି କହିଛନ୍ତି ଯେ ଇଡି ବରିଷ୍ଠ କଂଗ୍ରେସ ନେତା ସୋନିୟା ଗାନ୍ଧି, ତାଙ୍କ ପୁଅ ରାହୁଲ ଗାନ୍ଧି, ସ୍ୱର୍ଗତ କଂଗ୍ରେସ ନେତା ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଣ୍ଡିଜ୍, ସାମ ପିତ୍ରୋଡା ଓ ସୁମନ ଦୁବେଙ୍କ ବିରୋଧରେ ଗୁରୁତର ଆରୋପ ଲଗାଇଛନ୍ତି।
ଇଡିର ଆରୋପ ଅନୁସାରେ ନ୍ୟାସନାଲ ହେରଲ୍ଡ ସମ୍ବାଦପତ୍ରର ପ୍ରକାଶନ କରୁଥିବା ଏଜେଏଲର ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ପ୍ରତାରଣାପୂର୍ବକ ଅଧିଗ୍ରହଣ ପାଇଁ ଷଡ଼ଯନ୍ତ୍ର ସହ ମନିଲଣ୍ଡ୍ରିଂ କରାଯାଇଛି। ଏଥିରେ ଚିମା ଇଡି ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ‘ମୋତେ କହି ପାରିବେକି ସେ ଏଜେଏଲର ମେମୋରେଣ୍ଡମ ଅଫ ଆସୋସିଏସନ (ଏମଓଏ)କୁ ରଖିବାକୁ କାହିଁକି ଥତମତ ‘?
ଚିମା କହିଛନ୍ତି ଯେ ଏଜେଏଲର ସ୍ଥାପନା ଜବାହାରଲାଲ ନେହେରୁଙ୍କ ଦ୍ୱାରା ୧୯୩୭ ମସିହାରେ ଜେ.ବି.କୃପାଲିନୀ, ରଫି ଅହମଦ କିଦୱାଇ ଓ ଅନ୍ୟ ଲୋକଙ୍କ ଦ୍ୱାରା ହୋଇଥିଲା। ମେମୋରେଣ୍ଡମ ଅଫ ଆସୋସିଏସନ କମ୍ପାନୀ ଅଧିନିୟମ ୨୦୧୩ ଅନୁସାରେ କମ୍ପାନୀ ଗଠନ ନିମନ୍ତେ ଆବଶ୍ୟକ। ଆଡଭୋକେଟ ଚିମା କହିଛନ୍ତି ଯେ ଏଜେଏଲର ଏମଓଏରେ କୁହାଯାଇଥିଲା ଯେ ଏଜେଏଲର ନୀତି କଂଗ୍ରେସର ନୀତିହେବ। ଏଜେଏଲର କେବେ ଲାଭ ହୋଇନଥିଲା, ଏହା ଏକ ଲାଭଜନକ ସଂସ୍ଥା ନଥିଲା। ସ୍ୱାଧୀନୋତ୍ତର ଭାରତରେ ଏହା କେବେବି ବ୍ୟବସାୟୀକ ସଂସ୍ଥା ନଥିଲା।
ଚିମା କହିଛନ୍ତି ଯେ ଆମେ (ଏଆଇସିସି) ଏକ ଏପରି ସଂସ୍ଥାକୁ ପୁଣି ଥରେ ସକ୍ରିୟ କରିବାକୁ ପ୍ରୟାସ କରୁଥିଲୁ ଯାହା ସ୍ୱାଧୀନତା ଆନ୍ଦୋଳନର ଐତିହ୍ୟର ଅଂଶବିଶେଷ। ଏଥିରେ ସମସ୍ୟା ଏଜେଏଲକୁ ଦିଆଯାଇଥିବା ଋଣ ସମ୍ପର୍କିତ ନୁହେଁ, ବରଂ ଏହାକୁ ପୁନଃ ସକ୍ରିୟ କରିବାରେ ରହିଛି। ଏହା ସୁନିଶ୍ଚିତ କରିବାର ଥିଲା ଯେ ପୁଣି ରାସ୍ତାକୁ ଆସି ଯାଉ। ଏଆଇସିସି ବିକ୍ରିରେ ଲାଭ ଦେଖୁନଥିଲା। ଏପରି କହିବା ଉପଯୁକ୍ତ ଦୃଷ୍ଟିକୋଣ ମଧ୍ୟ ନୁହେଁ। ଏଥିରେ ଚିମା ଊର୍ଦ୍ଦୁ କବି ୱସିମ ବରେଲିୱୀଙ୍କ ସେହି କବିତା ‘ୱ ଝୁଟ ବୋଲରହାଥା..’ପାଠ କରିଥିଲେ, ଯାହା କୋର୍ଟରୁମରେ ହାସ୍ୟ ରୋଳ ସୃଷ୍ଟି କରିଛି।