ନୂଆଦିଲ୍ଲୀ ୦୪/୦୪: ଅଚାନକ୍ ମୁମ୍ୱାଇ ରଣଜୀ ଛାଡିଲେ ଯଶସ୍ୱୀ ଜୈସ୍ୱାଲ । କେବଳ ଦଳ ଛାଡିନାହାଁନ୍ତି ତ ସେ ଏବେ ଗୋଆର ଅଧିନାୟକ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଜୈସ୍ୱାଲ ମୁମ୍ବାଇ ଛାଡିବା ପଛରେ ସବୁଠାରୁ ବଡ଼ କାରଣ ହେଉଛନ୍ତି ଅଜିଙ୍କ୍ୟା ରାହାଣେ। ଦାବି କରାଯାଉଛି ଯେ ଜୈସ୍ୱାଲ-ରାହାଣେଙ୍କ ମଧ୍ୟରେ ବିବାଦ ରହିଛି ।
ଉଭୟଙ୍କ ମଧ୍ୟରେ ମତଭେଦ ଥିବାରୁ ସେ ଗୋଆରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରିପୋର୍ଟରେ କେତେ ସତ୍ୟତା ଅଛି ତାହା ଏପର୍ଯ୍ୟନ୍ତ ଜଣାନାହିଁ । କିନ୍ତୁ ଏହା ନିଶ୍ଚିତ ଭାବରେ ସତ୍ୟ ଯେ ୩ ବର୍ଷ ପୂର୍ବେ ରାହାଣେ ଜୈସ୍ୱାଲଙ୍କୁ ପଡ଼ିଆରୁ ବାହାର କରିଦେଇଥିଲେ । ତେବେ ଜୈସ୍ୱାଲଙ୍କ ରାଗର କାରଣ କଣ ଆସନ୍ତୁ ଜାଣିବା...
ରାହାଣେ ଜୈସ୍ୱାଲଙ୍କୁ ଆଉଟ୍ କଲେ:
୨୦୨୨ରୋ ହୋଇଥିଲା ଦୁଲୀପ ଟ୍ରଫିର ଫାଇନାଲ୍ । ପଶ୍ଚିମ ଜୋନ୍ ଅଧିନାୟକ ଅଜିଙ୍କ୍ୟା ରାହାଣେ ହଠାତ୍ ବହୁତ ରାଗିଥିଲେ । କାରଣ ଫିଲ୍ଡିଂ କରୁଥିବା ଯଶସ୍ୱୀ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ରବି ତେଜାଙ୍କୁ କିଛି କହୁଥିଲେ । ଯେତେବେଳେ ରାହାଣେ ଜୈସ୍ୱାଲଙ୍କୁ ସ୍ଲେଜିଂ କରୁଥିବାର ଦେଖିଲେ । ସେ ଖେଳାଳିଙ୍କୁ ପଡ଼ିଆ ଛାଡିବାକୁ କହିଲେ । ଜୈସ୍ୱାଲ ଅଧିନାୟକଙ୍କ କଥା ଶୁଣି ପଡ଼ିଆ ଛାଡିଦେଲେ।
ଗତ ବର୍ଷ, ଯେତେବେଳେ ରାହାଣେଙ୍କୁ ଏକ ସାକ୍ଷାତକାରରେ ଏହି ବିଷୟ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ଚାହାଁନ୍ତି ଯେ ପଡ଼ିଆରେ ଶାଳୀନତାର ସହ କ୍ରିକେଟ ଖେଳାଯାଉ । କିନ୍ତୁ ଜୈସ୍ୱାଲ ଏହି ସୀମା ପାର୍ କରୁଥିଲେ । ଏଥିପାଇଁ ଜୈସ୍ୱାଲଙ୍କୁ ନିଲମ୍ବିତ କରାଯାଇପାରିଥାନ୍ତା । ଆଉ ରାହାଣେ ଏପରି ନକରି ଖେଳାଳିଙ୍କୁ ଗାଳି ଦେଇଥିଲେ ଓ ବାହାରକୁ ପଠାଇ ଦେଇଥିଲେ।
ପରାଜୟ ପାଇଁ ଜୈସ୍ୱାଲ ଦାୟୀ ଥିଲେ କି?
ରିପୋର୍ଟକୁ ବିଶ୍ୱାସ କଲେ, କଥାଟି ସେତିକିରେ ସରନିଥିଲା । ଚଳିତ ବର୍ଷ ରଣଜୀ ଟ୍ରଫିରେ ମୁମ୍ବାଇ ଜମ୍ମୁ କାଶ୍ମୀର ଠାରୁ ପରାସ୍ତ ହୋଇଥିଲା । ଯେଉଁଥିରେ ଜୈସ୍ୱାଲଙ୍କ ଖରାପ ପ୍ରଦର୍ଶନ ଥିଲା । ବାରମ୍ୱାର ଫ୍ଲପ୍ ହୋଇଥିଲେ । ଏହି ମ୍ୟାଚ୍ ସମୟରେ, ଜୈସ୍ୱାଲ ଅଜିଙ୍କ୍ୟା ରାହାଣେଙ୍କ କିଟ୍କୁ କିକ୍ ମାରିଥିଲେ। ଯେଉଁଥିପାଇଁ ରାଗିଯାଇଥିଲେ ରାହାଣେ ।
ଏହି ପରାଜୟ ପାଇଁ ରାହାଣେ ଓ କୋଚ୍ ଓମକାର ସାଲଭି ଜୈସ୍ୱାଲଙ୍କୁ ଟାର୍ଗେଟ କରିଥିଲେ ବୋଲି ଦାବି କରାଯାଉଛି । ଦୁହେଁ ରାହାଣେଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ । ଯାହା ଖେଳାଳିଙ୍କୁ ବହୁତ ବାଧିଥିଲା । ପ୍ରଶିକ୍ଷକ ସଞ୍ଜୟ ପାଟିଲ ଏପରିି କହିଥିଲେ ଯେ ଜଣେ ଭାରତୀୟ ଦଳର ଖେଳାଳିଙ୍କୁ ଦଳରେ ଆଣିବା ପାଇଁ, ଜଣେ ପ୍ରତିଭାବାନ ଯୁବ ଖେଳାଳିଙ୍କୁ ବାଦ୍ ଦିଆଯାଇଥିଲା।
ପାଟିଲ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଖେଳାଳିମାନେ ଏହା ମଧ୍ୟ ବୁଝିବା ଉଚିତ ଯେ ମୁମ୍ବାଇ ପାଇଁ ଖେଳିବା ସମୟରେ ସେମାନେ ସେମାନଙ୍କର ଶତ ପ୍ରତିଶତ ପ୍ରୟାସ କରିବା ଉଚିତ। ଏତେ ସବୁ ଘଟଣା ପରେ ହିଁ ଜୈସ୍ୱାଲ ମୁମ୍ବାଇ ରଣଜୀ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁମାନ କରାଯାଏ ।