ନୂଆଦିଲ୍ଲୀ ୧୩।୭: ଜାପାନ ଓ ଜର୍ମାନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ତର୍କ ହେଉଛି ଗ୍ଲୋବାଲ ଇନୋଭେସନ ନେତୃତ୍ୱ ବିନା ଏପରି ଉପଲବ୍ଧି ଫମ୍ପା। ‘ଦି ଟାଇମ୍ସ ଅଫ ଇଣ୍ଡିଆ’ ପାଇଁ ଲେଖିଥିବା ଏକ ସ୍ତମ୍ବରେ ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଗ୍ଲୋବାଲ ପ୍ରଡକ୍ଟ ଆଇକନ ତିଆରିରେ ଦେଶର ଘୋର ବିଫଳତାକୁ ଉଜାଗର କରିଛନ୍ତି।
ରାଜନ କହିଛନ୍ତି ଯେ ଘରୋଇ ସ୍ତର ଓ ସରକାରୀ ସମର୍ଥନ ସତ୍ୱେ ଭାରତ ଗ୍ଲୋବାଲ ପ୍ରଡକ୍ଟ ଆଇକନ ତିଆରିପାରି ନାହିଁ। ସେ ଲେଖିଛନ୍ତି ‘ଆମ ପାଖରେ ଗୋଟେ ବି ଏମିତି କମ୍ପାନୀ ନାହିଁ ଯାହା ନିଜ ପ୍ରଡକ୍ଟ ପାଇଁ ବିଶ୍ୱସ୍ତରେ ପରିଚିତ ହେଉଛି। ନା ନିଣ୍ଟେଡୋ ନା ସୋନି ନା ଟୟୋଟା ଭାରତରେ ଏପରି ଏକ ବିଶ୍ୱସ୍ତରରେ ପରିଚିତ କମ୍ପାନୀଟିଏ ବି ନାହିଁ। ସେ କହିଛନ୍ତି ଯେ ହାଇ ଟାରିଫ ଦ୍ୱାରା ସଂରକ୍ଷିତ ବିଶାଳ କାର ମାର୍କେଟ ସତ୍ତ୍ୱେ ବିକଶିତ ଦେଶରେ ଗୋଟେ ବି ଭାରତୀୟ କାର ମଡେଲ ବିପୁଳ ମାତ୍ରାରେ ବିକ୍ରି ହେଉ ନାହିଁ। ଭାରତର ଅଟୋ ରପ୍ତାନୀ କେବଳ ମୂଲ୍ୟ ସମ୍ବେଦନଶୀଳ ବଜାର ପର୍ଯ୍ୟନ୍ତ ସୀମିତ ହୋଇଯାଇଛି।
ରାଜନ ବିଦେଶୀ କମ୍ପିଟେଟର୍ସଙ୍କ ସମ୍ପର୍କରେ ଲେଖିଛନ୍ତି ଯେ ‘ଯଦି ୱାଲମାର୍ଟ ଭଳି ପ୍ରତ୍ୟକ୍ଷ ବିଦେଶୀ ନିବେଶକ ବିପଦ ସୃଷ୍ଟି କରୁଛନ୍ତି, ତାଙ୍କ ଉପରେ ରେଗୁଲେଟରୀ କଟକଣା ଲଗାଅ’ ନଚେତ ତାଙ୍କର ପ୍ରତିଯୋଗୀତା କ୍ଷମତାକୁ ଦୁର୍ବଳ କରିବା ଲାଗି ଅବିଶ୍ୱାସ ପ୍ରସ୍ତାବ ଆଣ। ରାଜନଙ୍କ ତର୍କ ହେଉଛି ‘ଅନ୍ତରୀଣ ଧ୍ୟାନ’ ଏକ ଲକ୍ଷଣ ଓ ଏକ ଜାଲ ମଧ୍ୟ। ସେ ଚେତାବନୀ ଦେଇଛନ୍ତି ’ଘରୋଇ ବଜାର ଯେତିକି ପରିବର୍ଦ୍ଧିତ ହେଉଛି, ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି’।
ସେ ପଚାରିଛନ୍ତି ଯେତେବେଳେ ଘରୋଇ ଉପଭୋକ୍ତାଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଯଦି ନକଲ କାଫି, ସେତେବେଳେ ଇନୋଭେସନ କାହିଁକି କରିବା ଓ ବୈଶ୍ୱିକ ସ୍ତରକୁ କାହିଁକି ଯିବା? ରାଜନ କହିଛନ୍ତି ଭାରତୀୟ ଔଷଧ କମ୍ପାନୀଙ୍କ ଯଦିଓ ବୈଶ୍ୱିକ ଉପସ୍ଥିତି ଅଛି ତେବେ ଜେନେରିକ ଔଷଧର ମୂଳ ଫର୍ମେସନ ଆଡକୁ ମୁହାଁଇବାକୁ ବିଫଳ ହୋଇଛନ୍ତି। ସେହିପରି ସଫ୍ଟୱେର କ୍ଷେତ୍ର ଯାହା ‘ୱାଇ୨କେ’ କାଳରେ ସମ୍ପ୍ରସାରିତ ହୋଇଥିଲା ଏପର୍ଯ୍ୟନ୍ତ ବୈଶ୍ୱିକ ସ୍ତରରେ ପ୍ରଭାବଶାଳୀ ଉତ୍ପାଦ ତିଆରି ପାରି ନାହିଁ।
ସେ ପଚାରିଛନ୍ତି ଭାରତୀୟ ଟିକ୍ ଟକ୍, ଡିପସିକ୍, ଚାଟଜିପିଟି ଓ ଫୋର୍ଟନାଇଟ୍ କାଇଁ?ଆମ ପାଖରେ କେତେକଙ୍କ ଘରୋଇ ସଂସ୍କରଣ ତ ଅଛି, ହେଲେ ସେଗୁଡିକର ବୈଶ୍ୱିକ ପହଞ୍ଚ ନାହିଁ। କାରଣ ସେ ଗୁଡିକ ପ୍ରାୟତଃ ନକଲ ଉପରେ ଆଧାରିତ। ଏଥିରେ ସେ ନିଷ୍କର୍ସରେ ଉଲ୍ଲେଖ କରିଛନ୍ତି ଯେ ଯଦିବି ଆମେ ତୃତୀୟ ବୃହତ୍ତ ଅର୍ଥନୀତିରେ ପରିଣତ ବି ହୁଅନ୍ତି, ଏଥିରେ କିନ୍ତୁ ଆମେ ସନ୍ତୁଷ୍ଟ ହୋଇ ପାରିବା ନାହିଁ। ଏଥି ପାଇଁ ଆମକୁ ସବୁଠୁ ଅଧିକ ଇନୋଭେସନର ଦେଶ ହେବାକୁ ପଡିବ। ଏହା ଦ୍ୱାରା ଆମ କମ୍ପାନୀମାନେ ବିଶ୍ୱସ୍ତରରେ ପ୍ରସିଦ୍ଧ ବ୍ରାଣ୍ଡ ବନି ପାରିବେ।