ରେକର୍ଡ ମୂଲ୍ୟରେ ବିକ୍ରି ହେଲା ନାଡାଲଙ୍କ ରାକେଟ, ୨୦୧୭ ଫ୍ରେଞ୍ଚ ଓପନ ବିଜେତା ଥିଲେ ରାଫେଲ

Published By : Prameya-News7 Bureau | June 10, 2025 IST

Photo: Internet

ନୂଆଦିଲ୍ଲୀ: ଲୋକପ୍ରିୟ ଟେନିସ ଖେଳାଳି ରାଫେଲ ନାଡାଲଙ୍କ ଏକ ରାକେଟ ୧୫୭, ୩୩୩.୨୦ ଡଲାରରେ ନିଲାମ ହୋଇଛି। ବାବୋଲାଟ କମ୍ପାନିର ଏହି ରାକେଟରେ ନାଡାଲ ୨୦୧୭ ଫ୍ରେଞ୍ଚ ଓପନ ଫାଇନାଲ ମ୍ୟାଚ ଖେଳି ବିଜୟୀ ହୋଇଥିଲେ। ରବିବାର ରାକେଟକୁ ପ୍ରେଷ୍ଟିଜ୍ ମେମୋରାବିଲିୟା ଅକ୍ସନ ମାଧ୍ୟମରେ ନିଲାମ କରାଯାଇଛି। ବଡ଼ କଥା ହେଲା କୌଣସି ଟେନିସ ରାକେଟ ଏତେ ଟଙ୍କାରେ ନିଲାମ ହେବାରେ ପ୍ରଥମ । ଏମିତିରେ ଏହି ନିଲାମୀ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। 

ପୂର୍ବରୁ ମଧ୍ୟ ୨୦୨୨ରେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡ ସ୍ଲାମ ଟାଇଟଲ ମ୍ୟାଚରେ ନାଡାଲ ଯେଉଁ ରାକେଟରେ ଖେଳିଥିଲେ ତାହା ମଧ୍ୟ ନିଲାମ ହୋଇଥିଲା। ୨୦୨୩ରେ ଏହି ରାକେଟ ୧୩୯,୭୦୦ ଡଲାରରେ ନିଲାମ ହୋଇଥିଲା। ଏହି ମ୍ୟାଚରେ ନାଡାଲ, ଡାନିଲ ମେଦଭେଦଭଙ୍କୁ ହରାଇଥିଲେ। 

Photo: Prestige Memorabilia

ସୂଚନାଥାଉକି, ନାଡାଲ ୨୦୧୭ରେ ଷ୍ଟାନ ଓ୍ବାଓ୍ବରିଙ୍କାଙ୍କୁ ଲଗାତାର ତିନି ରାଉଣ୍ଡରେ ୬-୨, ୬-୩, ୬-୧ରେ ହରାଇଥିଲେ। ଆଉ ଏହି ବିଜୟ ସହ ସେ ୧୦ମ ଫ୍ରେଞ୍ଚ ଓପନ ଟାଇଟାଲ ହାସଲ କରିଥିଲେ। ଏହା ପରେ ବି ତାଙ୍କ ବିଜୟ ଧାରା ଜାରି ରହିଥିଲା। ଏହି ମ୍ୟାଚ ପରେ ସେ ଆହୁରି ୪ଟି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ସେଟ ନହରାଇ ଜିତିଥିଲେ। ରାଫେଲଙ୍କ ନାଁରେ ୧୪ଟି ଫ୍ରେଞ୍ଚ ଓପନ ଟାଇଟଲ ଜିତିବାର ରେକର୍ଡ ରହିଛି। ଯେତେବେଳକି ଟେନିସରେ ଅନ୍ୟ କେହି ବ୍ୟକ୍ତି ୮ରୁ ଅଧିକ ଟାଇଟଲ ଜିତିନାହାଁନ୍ତି।

ନାଡାଲଙ୍କ ୨୦୧୭ ଫ୍ରେଞ୍ଚ ଓପନ ରେକର୍ଡକୁ ତାଙ୍କର ୨୦୧୭ ସେସନ୍ସର ଅନ୍ୟ ୨୪ ମ୍ୟାଚ ସହ କରାଯାଇଥିଲା। ଯେଉଁଥିରେ ମ୍ୟାଡ୍ରିଡ ଓପନ ଫାଇନାଲ, ମାୟାମୀ ଓପନ ଫାଇନାଲ ଏବଂ ସମ୍ଭବତଃ ୨୦୧୭ ଅଷ୍ଟ୍ରେଲିଆନ ଓପନ ଫାଇନାଲ ସାମିଲ ରହିଛି। ଯେଉଁଥିରୁ ଶେଷ ଦୁଇରେ ନାଡାଲ ରୋଜ ଫେଡରରଙ୍କ ଠାରୁ ହାରିଯାଇଥିଲେ। 

ନିଲାମ ନେଇ ପ୍ରେଷ୍ଟିଜ ମେମୋରାବିଲିୟା ଲଟ୍‌ ବିବରଣୀରେ ଲେଖାଯାଇଛି ଯେ, ‘‘ରାଫେଲଙ୍କ ଗ୍ରାଣ୍ଡ ସ୍ଲାମ ଫାଇନାଲରେ ବ୍ୟବହାର କରାଯାଇଥିବା ରାକେଟ ମିଳିବା ଦୁର୍ଲଭ। କ୍ଲେ ସିଜିନର ଏକ ରାକେଟ ମିଳିବା ତାହାବି ଫ୍ରେଞ୍ଚ ଓପନ ଟାଇଟଲ ସହ, ଖୁବ୍ ଅଦ୍ଭୁତପୂର୍ବ।’’ ଏହି କଷ୍ଟମ-ମେଡ ରାକେଟରେ ‘ରାଫା’ ପ୍ରତୀକ ଏବଂ ୨୦୧୭ ଫ୍ରେଞ୍ଚ ଓପନର ଏକ ଷ୍ଟ୍ରିଙ୍ଗିଂ ଷ୍ଟିକର ମଧ୍ୟ ରହିଛି ଯାହା ଉପରେ ‘RG-2017 ନାଡାଲ’ ଲେଖାଥିବାର ରହିଛି।

ଉଲ୍ଲେଖଯୋଗ୍ୟ, ରାଫେଲ ‘ରାଫା’ ନାଡାଲ ପରେରା ଜଣେ ଲୋକପ୍ରିୟ ସ୍ପାନିଶ ଟେନିସ ଖେଳାଳି। ସେ ଏଟିପି ରାକିଂରେ ୨୦୯ ସପ୍ତାହ ପର୍ଯ୍ୟନ୍ତ ୧ ନମ୍ବର ରହିସାରିଛନ୍ତି। ନାଡାଲ ରୋଜର ଫେଡରର ଏବଂ ନୋଭାକ ଜୋକୋଭିକଙ୍କ ସହ ଟିମ୍ ମ୍ୟାଚରେ ୨୦ ଗ୍ରାଣ୍ଡ୍ ସ୍ଲାମ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। 

ନାଡାଲ ନିଜ ସମୟରେ ସବୁଠୁ ଅଧିକ ୬୨ଟି କ୍ଲେ କୋର୍ଟ ଟାଇଟଲ ଜିତିଛନ୍ତି ଯେଉଁଥିରେ ୧୪ଟି ଫ୍ରେଞ୍ଚ ଓପନ, ୧୨ ବାର୍ସିଲୋନ, ୧୧ ମଣ୍ଟେ-କାର୍ଲୋ ମାଷ୍ଟର୍ସ ଏବଂ ୧୦ଟି ରୋମ୍ ଟାଇଟଲ ରହିଛି। ଏହି ଉପଲବ୍ଧି ନାଡାଲଙ୍କୁ ‘କିଙ୍ଗ୍ ଅଫ୍‌ କ୍ଲେ’ ଉପାଧି ମିଳିଛି। ୨୦୧୧ ଏବଂ ୨୦୨୧ରେ ଲରିୟନ ଓ୍ବାର୍ଲ୍ଡ ସ୍ପୋର୍ଟ୍ସମ୍ୟାନ ଅଫ୍‌ ଦ ଇୟର ପୁରସ୍କାରରେ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.