ଆମେରିକା ଆକ୍ରମଣର କୌଣସି ଆଧାର ନାହିଁ , ଇରାନର ବିଦେଶ ମନ୍ତ୍ରୀଙ୍କୁ ଭେଟି ପୁଟିନ କହିଲେ ...

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ – ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ( ୨୩ ଜୁନ) ଇରାନର ବିଦେଶ ମନ୍ତ୍ରୀ ଅବାସ୍‌ ଅରାଗଚିଙ୍କୁ ମସ୍କୋରେ ସାକ୍ଷାତ୍ କରିଛନ୍ତି। ଏହି ସମୟରେ, ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନର ପରମାଣୁ ଠିକଣା ଉପରେ କରାଯାଇ ଥିବା ଏୟାର ଷ୍ଟ୍ରାଇକ୍‌ର କୌଣସି ଯଥାର୍ଥତା ନାହିଁ। ପୁଟିନ ଏହି ହମଲାକୁ ପୂରା ଅନୁଚିତ ଓ ଆଧାରହୀନ ଦର୍ଶାଇଛନ୍ତି। ସେ କହିଛନ୍ତି , ରୁଷ୍‌ ଇରାନୀ ଜନତାଙ୍କର ସାହାଯ୍ୟ ପାଇଁ ଚେଷ୍ଟା କରୁଛି। ଏହି ସାକ୍ଷାତ୍‌ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ ପରେ ହୋଇଛି। ପୁଟିନ ଅରାଗଚିଙ୍କୁ କହିଛନ୍ତି , ସେ ଏହି ସଙ୍କଟ ଉପରେ ଆଲୋଚନା ପାଇଁ ମସ୍କୋରେ ତାଙ୍କ ଉପସ୍ଥିତିରେ ଖୁସି ଅଛନ୍ତି। ଏହାସହ ଦୁହେଁ ମିଶି ବର୍ତ୍ତମାନର ସ୍ଥିତିରୁ ବର୍ତ୍ତିବା ପାଇଁ ଉପାୟ ଭାବୁଛନ୍ତି। 

ଅବାସ୍ ଅରାଗଚି ପୁଟିନଙ୍କୁ ଇରାନର ସର୍ବୋଚ୍ଚ ନେତା ଓ ରାଷ୍ଟ୍ରପତିଙ୍କର ଶୁଭକାମନା ଜଣାଇ ଦେଇଛନ୍ତି। ସେ କହିଛନ୍ତି ,ଇରାନ ବୈଧ ଆତ୍ମରକ୍ଷାରେ କାର୍ଯ୍ୟ କରୁଛି। ସେ ଆମେରିକୀୟ ହମଲାର ନିନ୍ଦା କରିବା ପାଇଁ ରୁଷ୍‌କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଇରାନୀ ବିଦେଶ ମନ୍ତ୍ରୀ କହିଛନ୍ତି ରୁଷ୍‌ ଇତିହାସ ଓ ଅନ୍ତରାଷ୍ଟ୍ରୀୟ ଆଇନର ସଠିକ୍‌ ପକ୍ଷରେ ଠିଆ ହୋଇଛି। ହେଲେ ଏହା ସ୍ପଷ୍ଟ ନୁହେଁ ଯେ, ରୁଷ୍‌ ଇରାନକୁ କେଉଁ ପ୍ରକାରର ସହାୟତା ଦେବ, ଯିଏ ଏହାର ମୁଖ୍ୟ ସହଯୋଗୀ। ଦୁଇ ଦେଶ ଜାନୁୟାରୀରେ ରଣନୀତିକ ସହଯୋଗ ଚୁକ୍ତି ଉପରେ ସ୍ୱାକ୍ଷର କରିଥିଲେ, କିନ୍ତୁ ଏଥିରେ ପାରସ୍ପରିକ ପ୍ରତିରକ୍ଷା ପାଇଁ କୌଣସି ପ୍ରାବଧାନ ଅନ୍ତର୍ଭୁକ୍ତ ନାହିଁ।

କ୍ରେମଲିନର ପ୍ରବକ୍ତା ଡିମିତ୍ରୀ ପେସକୋଭ କହିଛନ୍ତି ଯେ ରୁଷ୍‌ ମଧ୍ୟସ୍ଥତା ପାଇଁ ପ୍ରସ୍ତାର ଦେଇଛି ,ଯିଏକି ଇରାନକୁ ସମର୍ଥନ କରେ। ସେ ଆମେରିକୀୟ ହମଲାର ନିନ୍ଦା କରି କହିଛନ୍ତି ,ଏଥିରେ ଏହି କ୍ଷେତ୍ରରେ ଉତ୍ତେଜନା ନୂଆ ଲହରୀ ଆରମ୍ଭ ହୋଇ ଯାଇଛି। ସେ କହିଛନ୍ତି , ଏହା ଦେଖିବା ବାକି ଯେ, ଇରାନର ପରମାଣୁ କେନ୍ଦ୍ରକୁ କେତେ ପରିମାଣରେ କ୍ଷତି ହୋଇଛି। କୌଣସି ରେଡିଏସନର ବିପଦ ଅଛି କି ? ପେସକୋଭ୍‌ ଏହା ମଧ୍ୟ କହିଛନ୍ତି ଯେ, ଟ୍ରମ୍ପ ପୁଟିନଙ୍କୁ ହମଲାର ବିସ୍ତୃତି ସୂଚନା ପୂର୍ବରୁ ଦେଇ ନଥିଲେ , ଯଦିଓ ଦୁଇ ନେତା ସମ୍ପ୍ରତି ଆଲୋଚନାରେ ଇରାନ ପ୍ରସଙ୍ଗ ଉପରେ ଆଲୋଚନା କରି ଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.