LIVE TV

ଶ୍ରେୟସ ଆୟର ଆଇସିୟୁରେ ଆଡ୍‌ମିଟ୍‌, ୨ରୁ ୭ ଦିନ ମେଡିକାଲରେ ରହିପାରନ୍ତି

NEWS7
putin-says-russia-north-korea-will-expand

ମୁମ୍ବାଇ ୨୭।୧୦ : ଆଇସିୟୁରେ ଶ୍ରେୟସ ଆୟର । ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ ତଥା ମିଡିଲ ଅର୍ଡର ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତୃତୀୟ ଦିନିକିଆ ମ୍ୟାଚ୍‌ ବେଳେ ଆହତ ହୋଇଥିଲା ଶ୍ରେୟସ ।

ନିକଟରେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ ସରିଛି । ଯେଉଁଥିରେ ତୃତୀୟ ଦିନିକିଆର ମ୍ୟାଚ୍‌ ବେଳେ ଏକ କ୍ୟାଚ୍‌ ଧରିବାକୁ ଯାଇ ଆହତ ହୋଇଥିଲେ ଉପ-ଅଧିନାୟକ ଶ୍ରେୟସ ଆୟର । ଏପିରିକି ସେ କ୍ୟାଚ ଧରିବା ବେଳେ ଛାତି ଭୂଇଁରେ ମାଡ଼ ହୋଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଆରୁ ବାହାରକୁ ନିଆଯାଇଥିଲା । ଆଉ ଏବେ ତାଙ୍କୁ ସିଡ୍‌ନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରେୟସଙ୍କ ଅବସ୍ଥା ଗୁରୁତର ଥିବାରୁ ବର୍ତ୍ତମାନ ତାଙ୍କୁ ଆଇସିୟୁ ରଖାଯାଇଛି ।  ସେଠାରେ ୨ରୁ ୭ ଦିନ ରଖାଯିବ । ଡାକ୍ତରୀ ଟିମ୍‌ ଲଗାତର ଭାବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ​​​​​​​