ସାମାନ୍ୟ ଛୋଟେଇ ଚାଲୁଥିଲା ‘ରାନୀ’, ଚିକିତ୍ସା ବେଳେ ଭୁଲ୍ ଇଞ୍ଜେକ୍ସନ୍ ପାଇଁ ଚାଲିଗଲା ଜୀବନ

NEWS7
putin-invites-pm-modi-to-attend-80th-victory-day-parade-on-may-9

ଭୁବନେ ୨୪।୧୨: ଭୁଲ୍ ଇଞ୍ଜେକ୍ସନ ପାଇଁ ଚାଲିଗଲା ନୀରିହ ଜୀବନ । ନା ଶରୀରରେ କିଛି ବ୍ୟାଧି ଥିଲା, ନା ଦୁର୍ଘଟଣାର ଶିକାର ହୋଇଥିଲା । ସାମାନ୍ୟ ଛୋଟେଇ ଚାଲିବାରୁ ମାଲିକ ତାକୁ ଓୟୁଏଟି ଭେଟେରେନାରୀ ହସ୍ପିଟାଲକୁ ନେଇଗଯାଇଥିଲେ । ସେଠାରେ ଡାକ୍ତରୀ ଦଳ ବିନା କିଛି ଟେଷ୍ଟରେ ଶରୀରରେ ଇଞ୍ଜେକ୍ସନ ଦେଇଦେଲେ । ଆଉ ଓଭରଡୋଜ୍ ଯୋଗୁ ପୋଷା କୁକୁର ‘ରାନୀ’ର ଜୀବନ ଚାଲିଗଲା । ରାନୀ ମରିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମାଲିକ ଓ ତାଙ୍କ ପରିବାରବର୍ଗ । ଖାଇବା ପିଇବା ଛାଡି଼ ଦେଇଛନ୍ତି । ଓୟୁଏଟି ଭେଟେରେନାରୀରେ ଚିକିତ୍ସାରେ ଏଭଳି ଚରମ ଅବହେଳାର ଅଭିଯୋଗ ନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଲିକ ।

‘ରାନୀ’ ଡୋଭରମ୍ୟାନ୍ ପ୍ରଜାତିର । ତା ବୟସ ପ୍ରାୟ ୭ ବର୍ଷ ୨ ମାସ । ଚିନ୍ତାମଣିଶ୍ୱରରେ ବିଜୟ ମହାରଥୀଙ୍କ ଘରେ ରହୁଥିଲା । ବିଜୟ ମହାରଥୀ ୭ ବର୍ଷ ତଳେ ‘ରାନୀ’କୁ କିଣିଥିଲେ । ପିଲାଟି ବେଳୁ ଭାରି ଅଲିଅଳି ଥିଲା । ବୟସ ବଢ଼ିବା ସହ ‘ରାନୀ’ ତାଙ୍କ ପରିବାରର ଏକ ସଦସ୍ୟ ପାଲଟି ଯାଇଥିଲା । ସବୁ ବୋଲ ମାନୁଥିଲା । ମାଲିକଙ୍କ ବିନା ନିର୍ଦ୍ଦେଶରେ ଇଞ୍ଚିଏ ବି ହଲୁନଥିଲା । ବଞ୍ଚିଥିବା ଯାଏ ଥରଟିଏ ବି ତା’ ବେକରେ ଶିକୁଳି ପିନ୍ଧାଇନଥିଲେ । ତା’ ଲାଳନପାଳନରେ ଟିକେ ବି ହେଳା କରୁନଥିଲେ । ବିନା ଜୋତାରେ ‘ରାନୀ’ ପଦାକୁ ବାହାରୁନଥିଲା ।

ଗତ ୯ ତାରିଖରେ ବିନା ଜୋତାରେ ସେ ବାହାରୁ ବୁଲାବୁଲି କରି ଫେରିଥିଲା । ତା’ ପରେ ସାମାନ୍ୟ ଛୋଟେଇ ଛୋଟେଇ ଚାଲିଥିଲା ‘ରାନୀ’ । ମାଲିକ ତୁରନ୍ତ ଓୟୁଏଟି ଭେଟେରେନାରୀକୁ ନେଇଯାଇଥିଲେ । ସେଠାରେ ଜଣେ ମହିଳା ଡାକ୍ତର ‘ରାନୀ’ର ଚିକିତ୍ସା କଲେ । କୌଣସି ଟେଷ୍ଟ ବିନା ସିଧା ଏକ ଇଞ୍ଜେକ୍ସନ ଦେଇଦେଲେ । ତା’ ପରଠୁ ‘ରାନୀ’ କୋମାକୁ ପଳାଇଲା । ଆଉ ଚାଲିଲାନି କି ଭୁକିଲାନି । ଖାଇବା ପିଇବା ବନ୍ଦ କରିଦେଲା । ପୁଣି ଏକାଧିକ ଥର ଓୟୁଏଟିକୁ ଯାଇଛୁ । ଓୟୁଏଟିର ଡିନ୍ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାରୁ ସେ ୨ଜଣ ପ୍ରଫେସରଙ୍କୁ ଚିକିତ୍ସା ପାଇଁ ପଠାଇଲେ । ଚିକିତ୍ସା ପରେ ‘ରାନୀ’ର ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ି ଯାଇଥିବା ସେମାନେ କହିଥିଲେ । ତାକୁ ୨୪ ଘଣ୍ଟା ଯାଏ ଅକ୍ସିଜେନ ଦରକାର । ତୁରନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପରାମର୍ଶ ଦେଲେ ।

୧୨ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କଲୁ । ମଙ୍ଗଳବାର ଭୋର ୫ଟାରେ ‘ରାନୀ’ର ମୃତ୍ୟୁ ହୋଇଛି । ସମ୍ପୃକ୍ତ ଡାକ୍ତରାଣୀଜଣକ ଚିକିତ୍ସାରେ ଯାହା ତ ଅବହେଳା କଲେ । ତାଙ୍କର ବ୍ୟବହାର ବି ଅତି ବିରକ୍ତିକର ଥିଲା । ଓୟୁଏଟିର ୨ ପ୍ରଫେସରଙ୍କ କହିବା ମୁତାବକ, ‘ରାନୀ’କୁ ଓଭରଡୋଜ୍ ଦିଆଯିବାରୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଚିକିତ୍ସାରେ ଅବହେଳାକୁ ବିରୋଧ କରି ଆମେ ୧୧ ତାରିଖରେ ସନ୍ଧ୍ୟାରେ ଓୟୁଏଟିରେ ଧାରଣାରେ ବସିଥିଲୁ । ଥାନାରେ ଏତଲା ଦେବା ପରେ ପୋଲିସ ଟିମ୍ ତଦନ୍ତ ପାଇଁ ଓୟୁଏଟିକୁ ଯାଇଥିଲା । ତଦନ୍ତରେ ଡାକ୍ତରାଣୀଜଣକ ସହଯୋଗ କଲେନି ବୋଲି ମାଲିକ ଅଭିଯୋଗ କରିଛନ୍ତି ।