ଚାଲିଛି ଦଶମ ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ହେଲା ଜଣ୍ଡିସ୍

NEWS7
putin-declares-easter-truce-halts-russian-offensive-in-ukraine-till-sunday-end

କଣାସ ୨୭/୦୨: ରାଜ୍ୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା । ଏହାରି ଭିତରେ ଘାରିଲା ଜଣ୍ଡିସ୍ ରୋଗର ଆତଙ୍କ । ପୁରୀ ଜିଲ୍ଲୀ ଡେଲାଙ୍ଗରେ ଚିହ୍ନଟ ହୋଇଛି ଜଣ୍ଡିସ ରୋଗ । ବିଶେଷକରି ରାଧାକାନ୍ତ ବିଦ୍ୟପୀଠର ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ । ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ୧୦ମ ଶ୍ରେଣୀରେ ପଢୁଥିବା ୧୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ସୁଚନା ।

ଘଟଣା ପରେ ଏବେ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଟିମ୍ ବିଦ୍ୟାଳୟ ପରିସରରେ ଥିବା ପାଣି ଟାଙ୍କିରୁ ପାଣି ପରୀକ୍ଷା କରିବା ସହ ୧୦ଜଣ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। 

ଗତ କିଛି ଦିନ ତଳେ କଟକରେ ଜଣ୍ଡିସ୍ ଆତଙ୍କ ଦେଖିବାକୁ ମିଳିଥିଲା । ଦୂଷିତ ପାଣି ପିଇ ଲୋକମାନେ ଜଣ୍ଡିସରେ ଆକ୍ରାନ୍ତ ହେଉଥିବା ଜଣାପଡିଥିଲା । ଦୀର୍ଘ ଦିନ ହେବ ସିଏମ୍‌ସିର ୧୦ ନମ୍ବର ଏବଂ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମଠ ଗଳି ଓ କାଫଲା ବଜାର ଅଞ୍ଚଳରେ ଜଣ୍ଡିସ ବ୍ୟାପିଥିଲା । ଏହା ପୂର୍ବରୁ ଖୋର୍ଦ୍ଧା ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ବ୍ୟାପିଥିଲା ଜଣ୍ଡିସ । 

also read..

ପାରାଦୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ପଛରେ ରହିଛି କି ବୟଫ୍ରେଣ୍ଡର ହାତ ? ଦୁଇ ଜଣକୁ ଗିରଫ ସୂଚନା