ପୁଟିନ୍‌ଙ୍କ ଉପରେ ଭଡକିଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଋଷ ପତନର ଅସଲ କାରଣ

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ ୨୬/୦୬: ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ । ୟୁକ୍ରେନ ଉପରେ ଋଷର ଘନଘନ ବୋମାମାଡ଼କୁ କହିଲେ ଭୁଲ । କହିଲେ ପୁଟିନ୍‌ ପୁରା ପାଗଳ ହୋଇଗଲେଣି । ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଋଷ କିନ୍ତୁ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । 

ଆଉ ଏହାରି ଭିତରେ ଋଷକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବଡ଼ ବୟାନ । ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିବା ସହିତ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ଉପରେ ହୋଇଥିବା ବୋମାମାଡ଼କୁ ନେଇ ସେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ ପୁଟିନଙ୍କ ଉପରେ ସେ ଖୁସିନାହାନ୍ତି ବୋଲି କହିଛନ୍ତି । 

ରବିବାର ରାତିସାରା ୟୁକ୍ରେନର ସହରଗୁଡ଼ିକ ଉପରେ ଋଷ ଘନଘନ ଆକ୍ରମଣ କରିଥିଲା । ୟୁକ୍ରେନ ଉପରେ ଆକ୍ରମଣ କରି ୩୬୭ ଡ୍ରୋନ୍ ପଠାଇଥିଲା ଋଷ । ଖାଲି ସେତିକି ନୁହେଁ,  କ୍ଷେପଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲା ଋଷ । ଯାହା ପରେ ଏବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । 

ଦୀର୍ଘଦିନ ଧରି ଋଷ ଏବଂ ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଥିଲେ ବି, ଏହା ଥମିବାର ନାଁ ନେଉନି । ଶନିବାର-ରବିବାର ରାତିରେ, ଋଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ, ରାଜଧାନୀ କିଭ ସମେତ ୟୁକ୍ରେନର ଅନେକ ସହର ଉପରେ ମୋଟ ୩୬୭ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । 

ମିଳିଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ଏହି ଆକ୍ରମଣଗୁଡ଼ିକରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୬୦ ରୁ ଅଧିକ ଆହତ ହୋଇଛନ୍ତି । ଏହାସହିତ ବହୁ ପରିମାଣରେ ସମ୍ପତ୍ତିର ମଧ୍ୟ କ୍ଷତି ହୋଇଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.