ହୋଟେଲ୍‌ରେ ପଶି ଆସିଲା ଇଟା ବୋଝେଇ ଟ୍ରାକ୍ଟର: ଭାରସାମ୍ୟ ହରାଇ ଓଲଟି ପଡିବାରୁ ସ୍ଥିତି ସାଂଘାତିକ, ଚାଲିଗଲା ୨ ଜୀବନ

NEWS7
purishreemandir-darshan-at-last-day-of-2022-two-x-bhakta-bhida

ସମ୍ବଲପୁର: ସମ୍ବଲପୁର ଭାଲୁପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଏକ ହୋଟେଲ ଭିତରକୁ ଇଟା ବୋଝେଇ ଟ୍ରାକ୍ଟର ପଶିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ହୋଟେଲ ଭିତରେ ଦୁଇ ଜଣ କାମ କରୁଥିଲେ। ଏହି ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ହୋଟେଲ ଭିତରକୁ ପଶି ଆସିଥିଲା। ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋଡ୍ ହୋଇଥିବା ଡାଲା ଓଲଟି ପଡ଼ିଥିଲ। ଫଳରେ ହୋଟେଲ୍ରେ କାମ କରୁଥିବା ୨ ଜଣଙ୍କର ଜୀବନ ଚାଲିଯାଇଥିଲା। ଏଥିରେ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଡ଼ କଥା ହେଲା ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟର ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଟ୍ରାକ୍ଟର ଡାଲା ଓଲଟି ପଡ଼ିବା ପରେ ଡ୍ରାଇଭର ଛିଟିକି ପଡ଼ିଥିଲେ। ଦୁଇ ଜଣଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇଥିବାରୁ ଘଟଣାର ଭୟାବହତା ଦେଖି ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଡ୍ରାଇଭର କୁଆଡ଼େ ଗଲେ ସେ ନେଇ ତାଙ୍କୁ ଖୋଜା ଚାଲିଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ଦ୍ରୁତ ଗତି ଯୋଗୁ ଏଭଳି ଘଟିଛି। ଟ୍ରାକ୍ଟରଟି ଦ୍ରୁତ ଗତିରେ ଆସି ଭାରାସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯିବାରୁ ଦୁଇ ଜଣଙ୍କର ଜୀବନ ଯାଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।