ଅନୁଧ୍ୟାନ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା, ଆଗାମୀ ଶହେ ବର୍ଷକୁ ଦୃଷ୍ଟିରେ ରଖି ମରାମତି

Published By : Prameya-News7 Bureau | April 18, 2025 IST

ପୁରୀ ୧୮/୪:  ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଶୁକ୍ରବାର ସକାଳୁ ଜଷ୍ଟିସ ରଥ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। 


ଅନୁଧ୍ୟାନ ପରେ ଜଷ୍ଟିସ ରଥ କହିଛନ୍ତି  ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଚାଲିଛି ।  ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭିତର ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ଫାଟ ଥିବା ଯୋଗୁ ଏହାର ମରାମତି କରାଯାଇଛି । ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ପରିବର୍ତ୍ତନ କରାଯାଇଛି। 

ସେହିପରି ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ମଧ୍ୟ ଜାରି ରହିଛି। ଠାକୁରଙ୍କର ବିଭିନ୍ନ ସମୟରେ ସ୍ବତନ୍ତ୍ର ନୀତିକାନ୍ତି ଏବଂ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ବିଭିନ୍ନ ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଉଛି। ଏଣୁ ଡେଡଲାଇନ ଅନୁସାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଗାମୀ ଦୁଇଶହ ବର୍ଷକୁ ଦୃଷ୍ଟିରେ ରଖି ଏହାର କାର୍ଯ୍ୟ କରାଯାଉଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.