ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ୍‌ରେ ପୁରୀ ପୋଲିସ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

Published By : Prameya-News7 Bureau | June 06, 2025 IST

ପୁରୀ ୬ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୋଲିସ ।‌ ଏଥିସହ ୬ଟି ବନ୍ଧୁକ ଏବଂ ୨୦ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ରମେଶ ପରିଡ଼ା ଓରଫ ଡେଙ୍ଗା ମୁନା, ବାବୁ ଦାସ, ଗୁଡୁ ପଣ୍ଡା, ହରିଚନ୍ଦନ ଦାସ, ପତିତ ବେହେରା ଓ ଚିତ୍ତରଞ୍ଜନ ପୁରୋହିତ । 

ପୁରୀ ଅର୍ବାନ ହାଟ ନିକଟରେ ଅଭିଯୁକ୍ତ ମାନେ ଏକତ୍ରିତ ହୋଇ ବନ୍ଧୁକ ସାହାଯ୍ୟରେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ । ପୁରୀ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି । ଆଗକୁ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଓ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ ହୋଟେଲ ମାଲିକଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି । ଶୃଙ୍ଖଳିତ ସ୍ନାନଯାତ୍ରା ସହିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି ବୋଲି ଏସପି କହିଛନ୍ତି । ସ୍ନାନ ପୂର୍ଣ୍ଣିମା‌ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ଟ୍ରାଫିକ୍‌ କଟକଣା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । 

You Can Read:

ମୁଁ ସିଏମ୍ ଅଫିସରୁ କହୁଥିଲି, ୨ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି…

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.