LIVE TV

ଚନ୍ଦକା ଜଙ୍ଗଲରେ ନର କଙ୍କାଳ ଠାବ : ଏଣେ ତେଣେ ପଡିଛି ମୁଣ୍ଡ, ଖପୁରୀ ଆଉ ଜଙ୍ଘହାଡ଼

NEWS7
puri-news-today-47

ଭୁବନେଶ୍ବର ୧୦: ଚନ୍ଦକା ଜଙ୍ଗଲରେ ଚାଞ୍ଚଲ୍ୟ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ ଅଧା କଙ୍କାଳ ମାଟିରେ ପୋତା ଯାଇଛି । ଆଉ ଅଧା ମାଟି ଉପରେ ରହିଛି । ପୋଲିସ ଓ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚନ୍ଦକା ଜଙ୍ଗଳରୁ ମିଳିଛି ନର କଙ୍କାଳ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି I ଖବର ପାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ ଟିମ୍ ପହଞ୍ଚି ସରଜମିନ ତଦନ୍ତ ଚଳାଇଛନ୍ତି I ତେବେ କଙ୍କାଳଟି ଅଧା ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ ରହିଥିବା ଦେଖିବାକୁ ମିଳିଛି । ଏଭଳି ଅବସ୍ଥାରେ କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି  I

ତେବେ ସ୍ଥାନୀୟ ଅଞ୍ଚଳରୁ ଜଣେ ବ୍ୟକ୍ତି ମାସେ ତଳୁ ନିଖୋଜ ଥିଲେ ବୋଲି କୁହାଯାଉଛି I କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, କଙ୍କାଳ ମିଳିଥିବା ବ୍ୟକ୍ତିଙ୍କୁ କିଏ ଓ କାହିଁକି ମାଟିରେ ପୋତିଲା ? ଏହା କ’ଣ ହତ୍ୟା, ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ନାନା ଚର୍ଚ୍ଚା ହେଉଛି । ହତ୍ୟାକାଣ୍ଡ ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଚଳାଇଛି ପୋଲିସ ।