ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିରର ସଫଳ ଆୟୋଜନ

NEWS7
puri-news-today-47

ଭୁବନେଶ୍ୱର ୨୮।୦୨ : ରକ୍ତଦାନ ଶିବିରର ସଫଳ ଆୟୋଜନ । ଭୁବନେଶ୍ୱର ସ୍ଥିତ ଶ୍ରୀ ସତ୍ୟସାଇ (ଡିଗ୍ରୀ) ମହିଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଓ ୱାଇଆର୍ସି ୟୁନିଟ୍ର ପକ୍ଷରୁ ରକ୍ତଦାନ ଶିବିବର ଆୟୋଜିତ ହୋଇଯାଇଛି । ଗତ ବୁଧବାର ଦିନ କଲେଜ ପ୍ରାଙ୍ଗଣରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବିଏମସି ହସ୍ପିଟାଲ, ଓଲ୍ଡ ଟାଉନ୍ର ବ୍ଲଡ୍ ବ୍ୟାଙ୍କ ସହଯୋଗରେ ଏହି ଶିବିର ସଫଳ ଭାବେ ସଂପନ୍ନ ହୋଇଥିଲା।

ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ନିହାରିକା ଦାସ ଛାତ୍ରୀମାନଙ୍କୁ ଏହି ମାନବିକ କାର୍ଯ୍ୟରେ ସକ୍ରିୟ ଭାଗ ନେବାକୁ ପ୍ରେରିତ କରିଥିଲେ। ଶ୍ରୀମତୀ ବିନ୍ଦୁଲତା ପଣ୍ଡା, କାର୍ଯ୍ୟକ୍ରମ ସମନ୍ୱୟକାରୀଙ୍କ ନେତୃତ୍ୱରେ ଏବଂ ଶ୍ରୀମତୀ ଅପର୍ଣ୍ଣା ପାତ୍ର, ୱାଇଆର୍ସି ସମନ୍ୱୟକାରୀଙ୍କ ସହଯୋଗରେ ଶିବିରଟି ସୂଚାରୁ ଭାବେ ପରିଚାଳିତ ହୋଇଥିଲା। ଛାତ୍ରୀମାନଙ୍କ ସକ୍ରିୟ ଭାଗିଦାରୀରେ ପ୍ରାୟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।