scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥ ଉପରେ ଅଣସେବାୟତ ପ୍ରସଙ୍ଗ, ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

9/07/2023 at 7:18 PM

ପୁରୀ: ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ ଗ୍ରାହୀ ମାନଙ୍କୁ ଏକ ଚିଠି କରିଥିଲେ। ଯାହାର ଚିଠି ନମ୍ବର XII-୧୫/୨୦୨୩ ଅଟେ। ଯେଉଁ ଚିଠିର ଚାରି ନମ୍ବରରେ ଉଲେଖ ଅଛି ରଥ ଉପରେ କେହି ମୋବାଇଲ ଫୋନ ବ୍ୟବହାର କରିବେ ନାହିଁ ଓ ପାଞ୍ଚ ନମ୍ବରରେ ଉଲେଖ ଅଛି କୌଣସି ଅଣସେବକ ରଥ ଉପରେ ରହିବେ ନାହିଁ ବୋଲି ନିୟମ ରହିଛି | କିନ୍ତୁ ରଥ ଯାତ୍ରା ବେଳେ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଅନେକ ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିଛି |

ଅଧିକ ପଢନ୍ତୁ- କେମିତି ମହାପ୍ରଭୁଙ୍କୁ ସ୍ପର୍ଶ କଲେ ଅଣ-ସେବାୟତ? ରଥ ଉପରେ ଚଢି କଲେ ରିଲ୍ସ

ମଞ୍ଚ ଏତଲାରେ ଲେଖିଛି ଯେ ରଥ ଉପରକୁ କିଛି ଅଣ ସେବାୟତ ଯାଇ ଠାକୁରଙ୍କୁ କୁଣ୍ଢାଇବା ସହିତ ବିଭିନ୍ନ ଭଙ୍ଗିରେ ଫଟୋ ଓ ଭିଡିଓ ଉଠାଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଛାଡିଛନ୍ତି। ଅନେକଙ୍କୁ ରଥ ଉପରେ ଠାକୁରଙ୍କ ପାଖରୁ ରିଲ୍ସ କରିଥିବା ଦେଖିବାକୁ ମିଳିଛି | ଯାହା ସାମାଜିକ ଗଣମାଧ୍ୟମରେ ବିପୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି | ମହାପ୍ରଭୁଙ୍କ ପୋଷାକ ବଦଳା ବିଡିଓ ବି ସୋସିଆଲ ମିଡ଼ିଆରେ ଛଡା ଯାଇଛି | ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି ହୋଇଥିବା ନିର୍ଦେଶନାମାକୁ ଉଲଘଂନ କରିଛି |

Non-serviceable

ଏଣୁ ମଞ୍ଚର ଦାବି ଉପଯୁକ୍ତ ତଦନ୍ତ କରି ସମସ୍ତଙ୍କ ସୋସିଆଲ ମିଡ଼ିଆକୁ ଯାଞ୍ଚ କରିବା ସହ ଯେଉଁମାନେ ରଥଉପରେ ଫଟୋ ବିଡ଼ିଓ କରିଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (IPC) ର ଦଫା ୨୯୫,୨୯୫A, ୨୯୬ ଅନୁସାରେ ମକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ଏତଲା ଦର୍ଶାଯାଇଛି | ଏତେ ସଂଖ୍ୟକ ଅଣସେବାୟତ ରଥ ଉପରକୁ କିପରି ଚଢ଼ିରେ ତାହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମଞ୍ଚ ଅଭିଯୋଗ କରିଛି | ଉକ୍ତ ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ କୁମାର ସାହୁ, ଉମାଶଙ୍କର ସାହୁ, ବିଚିତ୍ରା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

   Related Posts