କେମିତି ମହାପ୍ରଭୁଙ୍କୁ ସ୍ପର୍ଶ କଲେ ଅଣ-ସେବାୟତ? ରଥ ଉପରେ ଚଢି କଲେ ରିଲ୍ସ

Published By : Prameya-News7 Bureau | July 08, 2023 IST

ପୁରୀ ୦୮/୦୭: ରଥ ଉପରେ ରିଲ୍ସ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ସେବାୟତ ବେଶରେ ଅଣ ସେବାୟତ ରଥ ଉପରକୁ ଯାଇ କରିଛନ୍ତି ରିଲ୍ସ । କେବଳ ରିଲ୍ସ ନୁହେଁ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ମଧ୍ୟ ଫଟୋ ଓ ଭିଡ଼ିଓ ଭାଇରାଲ୍ କରିଛନ୍ତି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନେକ ସେବାୟତ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ଦାୟୀ କରିଛନ୍ତି । ତେବେ ରଥଯାତ୍ରା ସରି ଯାଇଥିଲେ ହେଁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବାରୁ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ରଥ ଯାତ୍ରା ସମୟରେ ସେବାୟତ ବେଶରେ ମାଳ ମାଳ ଅଣସେବାୟତ ରଥ ଉପରେ ଚଢିଥିଲେ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫଟୋ ଓ ରିଲ୍ସ କରି ନିଜ ନିଜ ସୋସିଆଲ ସାଇଡ଼ରେ ଅପଲୋଡ କରିଛନ୍ତି। ତେବେ ଏମାନେ କିଭଳି ରଥ ଉପରକୁ ଗଲେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.