ନନ୍ଦିଘୋଷ ରଥରେ ଚଢିଲେ ଅଣ ସେବାୟତ, ଅବାଧରେ ବୁଲିବା ସହ ଆଲିଙ୍ଗନ କଲେ ସେବାୟତ

Published By : Prameya-News7 Bureau | July 12, 2022 IST

ପୁରୀ ୧୨।୭: ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଛି । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ରଥ ଉପରେ ଭଗବାନଙ୍କୁ ଦେଖି ଭକ୍ତ ସାନିଧ୍ୟ ପାଇଛନ୍ତି । ରଥ ଉପରେ ଚଢିବାକୁ କିନ୍ତୁ କାହାରିକୁ ଅନୁମତି ନାହିଁ । ଏମିତିରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରେ ଜଣେ ଅଣ ସେବାୟତଙ୍କୁ ଦେଖିବାକୁ ମିଳିଛି। ସାଧୁ ବେଶରେ ଏହି ବ୍ୟକ୍ତି ଜଣଙ୍କ ରଥରେ ଚଢିଥିବା ଦେଖିବାକୁ ମିଳିଛି।

ଅଣ ସେବାୟତ ଜଣଙ୍କ ନନ୍ଦିଘୋଷ ରଥ ଉପରେ ଚଢିବା ପରେ ସେଠାରେ ଉପସ୍ଥିତ ଥିବା ସେବାୟତମାନେ ତାଙ୍କୁ କୋଳାଗ୍ରତ କରି ପ୍ରଣାମ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ ରଥ ଉପରେ ଚଢି ଅବାଧରେ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ସାଧୁ ବେଶରେ ରଥ ଉପରେ ଚଢିଥିବା ଏହି ବ୍ୟକ୍ତି ଜଣଙ୍କ କିଏ ତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟକ୍ତି ଜଣଙ୍କ କିପରି କଡା ସୁରକ୍ଷା ଭେଦ କରି ରଥ ଉପରକୁ ଚଢିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଯେଉଁଠି ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ସ୍ପର୍ଶ କରି ସାନିଧ୍ୟ ନେବା ପାଇଁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିବା ବେଳେ ଏଭଳି ଦୃଶ୍ୟ ଭଙ୍କ ମନକୁ ଆନ୍ଦୋଳିତ କରିଛି । ରଥ ଉପରକୁ କେବଳ ସ୍ବୀକୃତି ପାଇଥିବା ସେବାୟତ, ଜେଟିପିମାନେ ଚଢି ପାରିବାର ନିୟମ ରହିଛି । କିନ୍ତୁ ସାଧୁ ବେଶରେ ଥିବା ଏହି ବ୍ୟକ୍ତି ଜଣଙ୍କ କିଏ ତାର ଖୋଳତାଡ ହେବା ସହ ସେ ସେବାୟତ ନା ଆଉ କିଏ ତାର ସତ୍ୟାସତ୍ୟ ଉନ୍ମୋଚନ କରାଯାଉ ବୋଲି ଦାବି ହେଉଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.