ମହାପ୍ରଭୁଙ୍କ ଶରଣରେ କଂଗ୍ରେସ ନେତା, ଦର୍ଶନ କରି ନେଲେ ଜଗନ୍ନାଥଙ୍କ ଆଶୀର୍ବାଦ

Published By : Prameya-News7 Bureau | April 16, 2024 IST

ପୁରୀ ୧୬।୦୪ : କଂଗ୍ରେସରୁ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ଶରଣରେ ନେତା। ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସରୁ ପ୍ରାର୍ଥୀ ହେବା ପରେ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ସୁଜିତ ମହାପାତ୍ର। 

ତେବେ ପୁରୀରେ ନିର୍ବାଚନ ମାହୋଲ୍ ବେଶ୍ ସରଗରମ ହୋଇଥିବା ବେଳେ ସୁଜିତଙ୍କ ପ୍ରଚାର ଶୁଭାରମ୍ଭ ଲଢେଇକୁ ଆହୁରି ଉଷ୍ମ କରିଛି।

ତେବେ ଦର୍ଶନ ସାରି ଫେରିବା ପରେ ସୁଜିତ ପ୍ରତିକ୍ରିୟା ଦେଇ କହିଛନ୍ତି ପୁରୀରେ ନିଯୁକ୍ତି ଶୂନ। ଯେଉଁମାନେ ନିଯୁକ୍ତି ନପାଇ ଉଠା ଦୋକାନ କରି ପରିବାର ଚଳାଉଥିଲେ ସେମାନଙ୍କୁ ଉଛେଦ କରାଗଲା। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଗଲାନାହିଁ। ତେଣୁ ଏହା ତାଙ୍କର ମୁଦ୍ଦା ରହିବ ବୋଲି କହିଛନ୍ତି ସୁଜିତ। 

ସେହିପରି ୮୦ ହଜାର ପରିବାରଙ୍କ ନିଜସ୍ୱ ଘରବାଡ଼ି ପଟ୍ଟା ନଥିବାରୁ ସେମାନଙ୍କୁ ହକ୍ ଦେବା ପାଇଁ କୌଣସି ବିଧାୟକ କିମ୍ବା ମନ୍ତ୍ରୀ ଦୃଷ୍ଟି ଦେଲେ ନାହିଁ। ତେଣୁ ଲୋକଙ୍କ ଏସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରସଙ୍ଗ କରି ସେ ଭୋଟ ଭିକ୍ଷା କରିବେ ବୋଲି ସୁଜିତ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.