ପାଟଣାଗଡ଼ ୨୮।୫: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ତେବେ ପୁଞ୍ଜିଲାଲ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଭୁଲ୍ ତଥ୍ୟ ଦେଇ ମୋତେ ଫସାଯାଇଛି ବୋଲି ସେ କହିଛନ୍ତି । ମୋତେ ମିଡିଆ ଟ୍ରାଏଲ କରାଯାଇଛି । ମୋ ଜୀବନକୁ ବର୍ବାଦ କରାଯାଇଛି ବୋଲି ପୁଞ୍ଜିଲାଲ କହିଛନ୍ତି । ପାଟଣାଗଡ଼ ଏଡିଜେ କୋର୍ଟରୁ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍କୁ ନିଆଯାଇଛି ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଏଥିସହ ବିଭିନ୍ନ ଧାରାରେ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ । ଏହାର ଅର୍ଥ ଏବେ ବଞ୍ଚିଥିବା ଯାଏଁ ଜେଲ୍ରେ ରହିବେ ପୁଞ୍ଜିଲାଲ ମେହେର । ୨୦୧୮ ମସିହା ଫେବ୍ରୁଆରୀ ୨୩ ତାରିଖରେ ଘଟିଥିଲା ପାର୍ସଲ ବୋମା ଘଟଣା । ପାର୍ସଲ ବୋମା ବିସ୍ଫୋରଣରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣୀ ସାହୁଙ୍କର ମୃତ୍ୟୁ ହୋଇଥିଲା ।
ଦୀର୍ଘ ୭ ବର୍ଷ ପରେ ନ୍ୟାୟିକ ଲଢ଼େଇ ପରେ ପୁଞ୍ଜିଲାଲଙ୍କୁ ଆଜୀବନ ସଜା ମିଳିଥିବା ବେଳେ ସୌମ୍ୟଶେଖରଙ୍କ ବାପା କହିଛନ୍ତି ମୋର ସବୁକିଛି ଭାସିଯାଇଛି । ବଞ୍ଚିବାର କୌଣସି ରାସ୍ତା ନାହିଁ । ୭ ବର୍ଷ ଧରି ଏହି କୋର୍ଟ ରୁମ୍ ସିଢ଼ି ଚଢ଼ିଛି, କେବଳ ପୁଅକୁ ନ୍ୟାୟ ଦେବା ପାଇଁ । ଆଜି ପୁଞ୍ଜିଲାଲ ମେହେରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁଣାଇଥିବାରୁ କିଛିଟା ଆଶ୍ବସ୍ତି ଅନୁଭବ ହେଉଛି । ପୁଞ୍ଜିଲାଲଙ୍କୁ ଫାଶୀ ମଳିବ ବୋଲି ଆଶା କରିଥିଲୁ । କିନ୍ତୁ କୋର୍ଟ ଆଜୀବନ ସଜା ଶୁଣାଇଛନ୍ତି । ଫାଶୀ ହୋଇଥିଲେ ପୁଞ୍ଜିଲାଲ୍ ଥରକରେ ମରିଯିବ । କିନ୍ତୁ ଆଜୀବନ ସଜାରେ ସାରା ଜୀବନ ଏମିତି ବଞ୍ଚି ବଞ୍ଚି ମରିବ । ସେହିଭଳି ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତା ସାହୁ କହିଛନ୍ତି, ପୁଞ୍ଜିଲାଲ ମଣିଷ ନା’ ରାକ୍ଷାସ ନା ସଇତାନ୍ ? ପୁଞ୍ଜିଲାଲ କ’ଣ କେହି କହିପାରିବେ ନାହିଁ । ପୁଅ ଓ ଶାଶୂଙ୍କ ମୃତ୍ୟୁର ଦୁଃଖ କେବେ ବି ଯିବନି । କିନ୍ତୁ ଆଜି ନ୍ୟାୟ ମିଳିଛି ।
You Can Read:
ନରସିଂହପୁରରେ ଜନବସତି ମୁହାଁ ହାତୀ ପଲ, ଗାଁରେ ପସି ଖାଇଲେ ଆମ୍ବ-ପଣସ