LIVE TV

କେନ୍ଦୁଝର DSSO ଗିରଫ, ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍

NEWS7
punjab-sibsena-leader-harish-singla-arrested

କେନ୍ଦୁଝର ୭୧୧: ଫୋନ୍‌ ପେ’ରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟଙ୍କ ସରକାରୀ ଅଫିସରେ ପହଞ୍ଚିଛି ଭିଜିଲାନ୍ସ ଟିମ୍ । ଶୁକ୍ରବାର ଅପରାହ୍ନରେ କଟକ ଓ କେନ୍ଦୁଝର ଭିଜିଲାନ୍ସ ବିଭାଗର ଟିମ୍ ପହଞ୍ଚି କାର୍ଯ୍ୟାଳୟରେ କମ୍ପ୍ୟୁଟର ଠାରୁ ଆରମ୍ଭ କରି ବିଭିନ୍ନ ଫାଇଲ୍ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ଗିରଫ ଅଧିକାରୀ କେଉଁ କେଉଁ ଏନଜିଓଙ୍କ ଠାରୁ ଓ ଆଉ କାହା କାହା ଠାରୁ କେତେ କେତେ ଟଙ୍କା ନେଇଛନ୍ତି ତାର ତନ୍ନ ତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍

ସୂଚନା ଯୋଗ୍ୟ ଯେ, ଗୁରୁବାର ପ୍ରାଥମିକ ତଦନ୍ତ ସମୟରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫୋନ୍‌ ପେରେ ନେଇଥିବା ସହ ଭୁବନେଶ୍ୱର ଆଖପାଖରେ ୧୦ଟି ପ୍ଲଟ, ଭୁବନେଶ୍ୱରରେ ୩୦୦୦ ବର୍ଗଫୁଟର ତିନି ମହଲା କୋଠା, ମଦନପୁରରେ ସିମ୍ପ୍ଲେକ୍ସ ଓ ୩ ଏକର ପରିମିତ ଏକ ଫାର୍ମ ହାଉସ ତାଙ୍କ ନାମରେ ଥିବାର ଭିଜିଲାନ୍ସ ବିଭାଗ ତଦନ୍ତରୁ ଜାଣିବାକୁ ପାଇଥିଲେ ।