କଣ୍ଟାବାଞ୍ଜି ୩।୯: କଣ୍ଟାବାଞ୍ଜି ବିକାଶ ପରିଷଦ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ ଦାବି ନେଇ ସ୍ଥାନୀୟ ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନଏସି ନିର୍ବାହୀ ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ବିକାଶ ପରିଷଦ ପ୍ରତିଷ୍ଠାତା ଅଜୟ ଦାସଙ୍କ ନେତୃତ୍ୱରେ ୧୬ଟି ୱାର୍ଡର ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ ବୋଲି ଆନ୍ଦୋଳନକାରୀ ନିଜ ଦାବି ରଖିଛନ୍ତି ।
You Can Read: