ରେଳ ଲାଇନକୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ, ୨୦ ଘଣ୍ଟାରୁ ଅଧିକ ହେଲାଣି ପଡିଛି ମୃତଦେହ

Published By : Prameya-News7 Bureau | April 20, 2025 IST

ରାଉରକେଲା ୨୦/୪: ଉଗ୍ର ହେଉଛି ପ୍ରତିବାଦ । ୨୦ ଘଣ୍ଟାରୁ ଅଧିକ ହେଲାଣି ପଡିଛି ମୃତଦେହ । ଜିଦ୍‌ରେ ଅଟଳ ଗ୍ରାମବାସୀ । ରାଉରକେଲା ବନ୍ଧମୁଣ୍ଡାରେ ଆରଏସ୍‌ପି ପକ୍ଷରୁ ଚାଲିଥିବା ରେଳଲାଇନକୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାରେ ବଢୁଛି ଉତ୍ତେଜନା । ବନ୍ଧମୁଣ୍ଡା ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନକାରୀ  । 

ଶନିବାର ବନ୍ଧୁମୁଣ୍ଡା ଦୁମେତାରେ ପୋଲିସ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଖଣ୍ଡ ଯୁଦ୍ଧ ହୋଇଥିଲା । ରେଳ ଲାଇନକୁ ବିରୋଧ କରି ବିକ୍ଷୋଭ ବେଳେ ଯୁବକ ଇତୁଆ ଏକ୍କା ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା । 

୨୦ ଘଣ୍ଟାରୁ ଅଧିକ ବିତିଲାଣି ମୃତଦେହ ନେଉନାହାନ୍ତି ପରିବାର ଲୋକ ଓ ଗାଁ ଲୋକ ।ଲୋକଙ୍କ ଦାବି ଷ୍ଟିଲ ପ୍ଲାଣ୍ଟ ଜମି ବଦଳରେ ବିସ୍ଥାପିତଙ୍କୁ ଚାକିରି ମିଳୁ, ଷ୍ଟିଲ ପ୍ଲାଣ୍ଟ ବ୍ୟବହାର କରୁନଥିବା ଜମି ଆଦିବାସୀଙ୍କୁ ଫେରାଇ ଦିଆଯାଉ । ଏଥିସହ କ୍ଷତିପୂରଣ ଦାବି କରି ରାତି ସାରା ଖୋଲା ଆକାଶ ତଳେ ମୃତଦେହ ନିକଟରେ ଜଗିଛନ୍ତି ସ୍ଥାନୀୟ ଲୋକେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.