High Court on habeas corpus plea: ପିଟିସନ ଖାରଜ, ପ୍ରାପ୍ତବୟସ୍କ ଝିଅକୁ ପାଖରେ ରଖିବା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ

NEWS7
processed-foods-during-pregnancy-make-the-baby-fat

କଟକ ୧୪/୦୩: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଖାରଜ ହୋଇଛି ହେବିୟସ କର୍ପସ ପିଟିସନ । ରାୟ ମୁତାବକ ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ କରିପାରିବେ ନାହିଁ । ହାଇକୋର୍ଟ କହିଛନ୍ତି ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଗୋଟିଏ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।

ନିଜ ପରିବାର ଠାରୁ ଦୁରେଇ ରହୁଥିବା ଜଣେ ଝିଅକୁ ଖୋଜି ବାହାର କରିବାକୁ ମା’ଙ୍କ ତରଫରୁ ଦାୟର ହୋଇଥିବା କରିଦେଇଛନ୍ତି ହାଇକୋର୍ଟ । ଚିଫ୍ ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବେ ଜଷ୍ଟିସ୍ ଏମ୍ ଏସ୍ ରମନଙ୍କ ଗଠିତ ବେଞ୍ଚ ୯ ମାର୍ଚ୍ଚରେ ଏହି ଅର୍ଡର ପାସ୍ କରିବା ସହ ପିଟିସନ ମଞ୍ଜୁର କରିନଥିଲେ ।ହାଇକୋର୍ଟ କହିଛନ୍ତି, ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅ ଯଦି ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ ।

ଆବେଦନ ଅନୁଯାୟୀ, ଆବେଦନାକାରୀଙ୍କ ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ବଶୁରଘର ଛାଡ଼ି ଚାଲିଯିବା ସହିତ ଏକ ଦୂର ସ୍ଥାନରେ ରହିଛନ୍ତି । ତାଙ୍କ ବୈବାହିକ ବିବାଦ ମାମଲା ସିଭିଲ କୋର୍ଟରେ ବିଚାରାଧୀନ ରହିଛି।୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ବଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ । ସେ ଏକାକୀ ରହୁଛନ୍ତି ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ଜଣାଇଥିଲେ ।

ଏହା ସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ହେବ ପରିବାର ସଦସ୍ୟ ଯୁବତୀଙ୍କ ଖୋଜ ଖବର ପାଉ ନଥିବା ଓ ତାଙ୍କ ସ୍ଥିତି ନେଇ ଚିନ୍ତିତ ଥିବା ଦର୍ଶାଇ ତାଙ୍କ ମାଆ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ।ଏହି ମାମଲାରେ ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲା ଖାରଜ କରିଛନ୍ତି।