Live Live
LIVE

ସରିଯିବ କି ରିଫାଇନ ତେଲ ? ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ବୟାନ ପରେ ବଢ଼ିଲା ଚିନ୍ତା

NEWS7
priyanka-chopra-reportedly-sold-two-mumbai-apartments-to-filmmaker

ଭୁବନେଶ୍ୱର ୦୯।୦୩ : ଆମଦାନୀ ହେଉଥିବା ଖାଇବା ତେଲ ବୃଦ୍ଧି ନେଇ ବଢିଲା ଚିନ୍ତା। ରିଫାଇନ ଓ ପାମୋଲିନ ତେଲ ଦର ବୃଦ୍ଧି। ଓଡ଼ିଶାରେ ଅଧିକ ଗଚ୍ଛିତ ନାହିଁ ତେଲ। ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୫ରୁ ୨୦ ଦିନ ପାଇଁ ତେଲ ଷ୍ଟକ ରହିଛି ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହାକୁ ବାହାର ଦେଶରୁ ଆମଦାନୀ କରୁଛନ୍ତି । ସେମାନେ ଅସୁବିଧା ଦେଖୁଛନ୍ତି। ଦେଶ ଦେଶ ଭିତରେ ଯୁଦ୍ଧ ପାଇଁ ଏହି ପ୍ରଭାବ ପଡିଥିବା କୁହାଯାଉଛି। କିଛି ଷ୍ଟକ ରହିଛି। ମାତ୍ର ଆଗାମୀ ଦିନରେ ଏହା କମ ହୋଇପାରେ। ରିଫାଇନ ତେଲ ବିଶେଷ କରି ସନଫ୍ଲାଓର ତେଲରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଆମଦାନୀ କମ୍ପାନୀ ଉପରେ ତୀକ୍ଷଣ ନଜର ରଖିବା ଦରକାର। ଏହାସହ ସରକାର କଳାବଜାରୀ ନହେଉ ସେନେଇ ଧ୍ୟାନ ଦେବା ପାଇଁ କହିଛନ୍ତି ସୁଧାକର ପଣ୍ଡା।

ଏ ଖବର ବି ପଢନ୍ତୁ:-କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ବର୍ତ୍ତମାନ ତେଲ ଷ୍ଟକ ରହିଛି ଏନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି। କିନ୍ତୁ ଅଧିକ ଦିନ ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମଦାନୀ ହେଉଥିବା ରିଫାଇନ ତେଲକୁ ଛାଡିଲେ ଅନ୍ୟ ତେଲ ଯେପରିକି ସୋରିଷ, ବାଦାମ, ତେଲ ପ୍ରଚୂର ରହିଛି । ଏହାର ଦାମ ମଧ୍ୟ କମ୍ ରହିଛି।

ଏ ଖବର ବି ପଢନ୍ତୁ:- ବିଶ୍ୱ ବଜାରରେ ଯୁଦ୍ଧ ପ୍ରଭାବ: ରେକର୍ଡ କଲା ଅଶୋଧିତ ତେଲ ଦର, ଆଗକୁ ଭାରତ ପାଇଁ ଟେନ୍‌ସନ୍