ବାଲେଶ୍ଵର: ପହଲଗାମ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ହେଲେ ମୁଖ୍ୟ ଅତିଥି। ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ବାଲେଶ୍ବର ସିପେଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରିୟଦର୍ଶିନୀ। ଏହି ସିପେଟ୍ରେ ଚାକିରି କରିଥିଲେ ତାଙ୍କ ସ୍ବାମୀ ପ୍ରଶାନ୍ତ।
ଏପ୍ରିଲ ୨୨ ତାରିଖ ଜାମ୍ମୁକାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ। ପ୍ରିୟଦର୍ଶିନୀଙ୍କ ସମ୍ମୁଖରେ ତାଙ୍କ ସ୍ୱାମୀଙ୍କୁ ଆଖିବଜା ଗୁଳିଚଳାଇ ମାରିଦେଇଥିଲେ ଆତଙ୍କବାଦୀ। ସେହି ଘଟଣାକୁ ଆଜି ସ୍ଵାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ତଳେ ପିଲାଙ୍କ ଆଗରେ ବଖାଣିଲେ ପ୍ରିୟଦର୍ଶିନୀ। ଏବେବି ତାଙ୍କ ଆଖିରୁ ଲୁହ ଝରୁଛି। ହେଲେ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ସରକାର ଆତଙ୍କବାଦୀଙ୍କ ଆକ୍ରମଣର ବଦଲା ନେଇଥିଲେ। ଏନେଇ ପ୍ରିୟଦର୍ଶିନୀ ଭାରତ ସରକାରଙ୍କ କୃତଜ୍ଞତା ଜ୍ଞାପନ କରିଥିଲେ।