ଆନନ୍ଦପୁର ୮।୮: କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ । ବିଭିନ୍ନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନୀତଗତ ଭାବେ ସରକାରୀ ଅନୁଦାନ ପ୍ରଦାନ କରାନଗଲେ ଆଗାମୀ ୧୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ଅଧ୍ୟାପକ ଓ କର୍ମଚାରୀ ।
ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଆନନ୍ଦପୁର ପତିତପାବନ ମହାବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛି ସଂଘ । ସମାନ କମକରି ଏହି କର୍ମଚାରୀ ମାନେ ସ୍ବଳ୍ପ ବେତନ ପାଉଥିବା ବେଳେ ସରକାରଙ୍କ ଅଧିନରେ ନିଯୁକ୍ତି ପାଇଥିବା କର୍ମଚାରୀ ଓ ଅଧ୍ୟାପକ ମାନେ ମୋଟା ଅଙ୍କର ବେତନ ପାଉଛନ୍ତି । ଏଭଳି ତାରତମ୍ୟ କାହିଁକି ବୋଲି ପ୍ରଶ୍ନ କରିଛି ସଂଘ । ଅନ୍ୟପଟେ ବାରମ୍ବାର ଏ ଦିଗରେ ଦାବି ହୋଇ ଆସୁଥିଲେ ମଧ୍ୟ ନା ଏମାନଙ୍କ ଦୁଃଖ ଶୁଣିଛନ୍ତି ପର୍ବ ସରକାର ନା ଏବେର ସରକାର । ୨୦୦୮ ମସିହା ଜୁନ ମାସରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।
You Can Read:
ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି