ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ, ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ସୂଚନା

NEWS7
principal-hurls-acid-on-student-after-she-complained-against-teacher-in-mumbai

ଭୁବନେଶ୍ୱର ୨୪/୦୨: ଗତ ଦେଢ଼ ବର୍ଷ ମଲେଣି ୧୧୪ ହାତୀ । ସର୍ବାଧିକ ୪୨ ଗୋଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ବିଭିନ୍ନ ରୋଗ ଦ୍ୱାରା ୨୯ ଗୋଟି ହାତୀ ମରିଛନ୍ତି । ସେହିପରି ଶିକାରୀଙ୍କ ଦ୍ଵାରା ୬ ଗୋଟି ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ ଗୋଟି ହାତୀ ଓ ରେଳ ଦୁର୍ଘଟଣାରେ ୪ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ।

ଆହୁରି ବି ପ୍ରାକୃତିକ କାରଣ ଦ୍ୱାରା ୧୭ ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି । ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଲିଖିତ ଉତ୍ତର ।