ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଏମିତି ଏକ ଶିହରଣ , ଯାହାକି ସ୍ଥାନ କାଳ ପାତ୍ର ଦେଖି ନଥାଏ। କାହାକୁ କେତେବେଳେ କେଉଁଠି ଓ କାହାସହ ପ୍ରେମ ହୋଇଯାଏ ଏହା କେହି କେବେ ଭାବି ନଥାଏ। ପ୍ରେମ କାହାର ଅଧିନରେ ବି ନଥାଏ। ପ୍ରେମ ତ ଏକ ପ୍ଲାବିତ ନଇଁ ଧାରା । ଯାହାକି କେତେବେଳେ କାହା ହୃଦୟରେ ବହି ଯାଏ ଜାଣି ହୁଏନି। ଯେମିତି ଏହି ରାଜକୁମାରୀଙ୍କ ପ୍ରେମ।
ରୂପରେ ଅପୂର୍ବା। ଶିକ୍ଷା ଦିକ୍ଷା ଓ ଗୁଣରେ ଖୁବ୍ ନିପୂଣା। କେଉଁଥିରେ କମ୍ ନୁହନ୍ତି ଏହି ସୁନ୍ଦରୀ ରାଜକୁମାରୀ। ରାଜ ସିଂହାସନର ସେ ଏକମାତ୍ର ଉତ୍ତରାଧିକାରୀ। ହେଲେ ଜଣେ ଫୁଟବଲ ଖେଳାଳିଙ୍କୁ ସେ ଦେଇ ବସନ୍ତି ହୃଦୟ। କିନ୍ତୁ ସେହି ଖେଳାଳି ଜଣଙ୍କ ତାଙ୍କ ପ୍ରେମକୁ କରି ଦିଅନ୍ତି ପ୍ରତ୍ୟାଖାନ। ଭବିଷ୍ୟତରେ ଯିଏ ରାଜ ସିଂହାସନରେ ବସିବାର ସୁଯୋଗ ପାଇଥାନ୍ତେ ,ସେହି ଖେଳାଳି ନିଜର ପ୍ରେମିକା ପାଇଁ ରାଜକୁମାରୀଙ୍କୁ ମନା କରି ଦିଅନ୍ତି। ଗ୍ରହଣ କରି ପାରନ୍ତି ନାହିଁ ରାଜକୁମାରୀଙ୍କ ପ୍ରେମକୁ। ଆଉ ଜଣେ ଝିଅର ସ୍ୱପ୍ନ ପାଇଁ ସେ ପ୍ରିନ୍ସେସଙ୍କ ସ୍ୱପ୍ନକୁ ଏଡେଇ ଦିଅନ୍ତି। କିଏ କଣ ଏମିତି କରିପାରେ। ଜଣେ ଅପୂର୍ବ ସୁନ୍ଦରୀ ରାଜକୁମାରୀଙ୍କ ପ୍ରେମ ଓ ଏହାସହ ଏକ ସୁନ୍ଦର ଭବିଷ୍ୟତ। ହେଲେ ବାସ୍ତବିକ ଏମିତି ହିଁ ହୋଇଛି।
ଏହି ରାଜକୁମାରୀ ଜଣଙ୍କ ହେଉଛନ୍ତି ସ୍ପେନର ପ୍ରିନ୍ସେସ୍ ଲିୟୋନୋର ଓ ତାଙ୍କର ପ୍ରେମିକ ଖେଳାଳି ଜଣଙ୍କ ନାଁ ଏପସି ବାର୍ସିଲୋନାର ଷ୍ଟାର ଫୁଟବଲର ପାବଲୋ ଗାଭି। ପ୍ରିନ୍ସେସ୍ ଲିୟୋନୋର ସ୍ପେନ୍ର କିଙ୍ଗ ଫିଲିପ୍ ଷଷ୍ଠ ଓ କ୍ୱିନ୍ ଲୋଟିଜିୟାଙ୍କ ସବୁଠୁ ବଡ଼ ଝିଅ। ୩୧ ଅକ୍ଟୋବର ୨୦୦୫ରେ ହୋଇଥିଲା ତାଙ୍କର ଜନ୍ମ। ସେ ସ୍ପେନ୍ ରାଜସିଂହାସନର ଉତ୍ତରାଧିକାରୀ। ସେ ଏତେ ଅପୂର୍ବ ସୁନ୍ଦରୀ ଯେ, ତାଙ୍କର ସୌନ୍ଦର୍ଯ୍ୟ ଆଗରେ ବଲିଉଡ ଓ ହଲିଉଡର ହିରୋଇନମାନେ ମଧ୍ୟ ଫିକା ପଡ଼ି ଯିବେ। କୁହାଯାଏ କି, ଏହି ଉଚ୍ଚ ଶିକ୍ଷିତା ରାଜକୁମାରୀ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କେବେ ବାହାରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ ଶୁଣିବାକୁ ମିଳେ।
ଅନ୍ୟପଟେ ଗାଭି ସ୍ପେନ୍ର ଜଣେ ଷ୍ଟାର ଫୁଟବଲର। ତାଙ୍କର ପୁରା ନାଁ ପ୍ଲାବୋ ମାର୍ଟିନ ପେଜ୍ ଗାଭିରା। ସେ ଲା ଲିଗା କ୍ଲବ ବାର୍ସିଲୋନା ଓ ସ୍ପେନ୍ର ନ୍ୟାସନାଲ ଟିମରେ ସେଣ୍ଟ୍ରାଲ ମିଡଫିଲ୍ଡର ଭାବେ ଖେଳନ୍ତି। ୨୦୨୨ରେ ସେ କୋପା ଟ୍ରଫିରେ ଗୋଲ୍ଡେନ ବୟ ପୁରସ୍କାର ହାତେଇ ଥିଲେ। ୫ ଅଗଷ୍ଟ ୨୦୦୪ରେ ତାଙ୍କର ଜନ୍ମ ହୋଇଥିଲା। ଏଥିରୁ ଜଣାପଡ଼େ ସେ ପ୍ରିନସେସ୍ ଲିୟୋନୋରଙ୍କ ଠାରୁ ବର୍ଷେ ବଡ଼।
ସମୟ ଥିଲା ଫିପା ୱାର୍ଲ୍ଡକପ୍ ୨୦୨୨। ଏତିକି ବେଳେ ପ୍ରିନସେସ୍ ଲିୟୋନୋର ଫୁଟବଲର ଗାଭିଙ୍କ ଉପରେ ହୋଇ ଯାଇଥିଲେ ଫିଦା। ଏମିତି କିଛି ହୋଇଥିଲା , ସ୍ପେନ୍ କୋଷ୍ଟା ରିକାକୁ ୭-୦ ରେ ହରାଇ ଦେଲା। ଏହାପରେ ଗୁଜବ ପ୍ରସାରିତ ହୋଇଥିଲା ଯେ, କିଙ୍ଗ ଫିଲିପ୍ ଷଷ୍ଠ ଫୁଟବଲର ଗାଭିଙ୍କୁ ନିଜ ପୁଅ ପାଇଁ ଅଟୋଗ୍ରାଫ୍ ଥିବା ଜର୍ସି ଦେବାକୁ ଅନୁରୋଧ କରିଥିଲେ। ଏହାପରେ ଲିୟୋନୋର ଓ ଗାଭିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଗୁଜବ ଆରମ୍ଭ ହୋଇ ଯାଇ ଥିଲା। ଗୁଜବଟି ସେତିକି ବେଳେ ଆହୁରି ଜୋର ଧରିଲା, ଯେତେବେଳେ ସ୍ପେନ୍ ୨୦୨୪ ୟୁରୋ କପ୍ ଜିତି ଥିଲା। ସେତେବେଳେ ରାଜମହଲରେ ରୟାଲ ଫ୍ୟାମିଲି, ଜାତୀୟ ଫୁଟବଲ୍ ଟିମ୍କୁ ନିମନ୍ତ୍ରଣ କରିଥିଲେ। ସେଠାରେ ରାଜକୁମାରୀ ଲିୟୋନୋର ଓ ଗାଭିଙ୍କର ହୋଇଥିଲା ଭେଟ। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଫଟୋ ଉଠାଇ ଥିଲେ। ଏହା ସେତେବେଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଦୁହିଁଙ୍କ ଭିତରେ କିଛି ଚାଲିଛି ବୋଲି ଖୁବ୍ ଚର୍ଚ୍ଚା ହେଲା।
ଶୁଣିବାକୁ ମିଳେ ଗାଭି ଏନା ପୋଲାୟା ନାମ୍ନୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ସେଥିପାଇଁ ରାଜକୁମାରୀ ଲିୟୋନୋରଙ୍କ ପ୍ରେମକୁ ଦେଇଥିଲେ ଏଡେଇ । ୨୨ ବର୍ଷିୟା ଏହି ଯୁବତୀ ଏବେ ଜଣେ ଛାତ୍ରୀ। ଇନଷ୍ଟାଗ୍ରାମ୍ରେ ତାଙ୍କର ଅଛନ୍ତି ସାଢେ ତିନି ଲକ୍ଷରୁ ଅଧିକ ଫଲୋୟର। ଆଜିକା ସମୟରେ କିଛି ଲୋକଙ୍କ ପାଇଁ ପ୍ରେମ ଯେମିତି ଏକ ଖେଳନା ପାଲଟି ଯାଉଛି, ଆଜି ସଂପର୍କ ରଖୁଛନ୍ତି ତ, କାଲି ଭାଙ୍ଗି ଦେଉଛନ୍ତି । ଏଠାରେ ଏହି ଖେଳାଳିଙ୍କ ଏହି ଶାଶ୍ୱତ ପ୍ରେମ ପାଲଟିଛି ଏକ ଉଦାହରଣ। ଯାହା ଅର୍ଥ ଓ ସ୍ୱାର୍ଥ ଠାରୁ ବହୁ ଉର୍ଦ୍ଧ୍ୱରେ ।