LIVE TV
LIVE TV

'ଜ୍ଞାନବାପୀ ମସଜିଦ ଉପରୁ ଦାବି ଛାଡନ୍ତୁ ମୁସଲିମ, ହିନ୍ଦୁଙ୍କୁ ଦିଅନ୍ତୁ ପୂଜାର ଅଧିକାର'- ASIର ପୂର୍ବତନ ଅଧିକାରୀ ମହମ୍ମଦ

NEWS7
prime-ministers-mother-hira-ba-ill-admited-in-hospital

ନୂଆଦିଲ୍ଲୀ, ୦୨ /୧୨: ଜ୍ଞାନବାପୀ ମସଜିଦରୁ ମୁସଲମାନମାନେ ଦୂରରେ ରୁହନ୍ତୁ । ମନ୍ଦିର-ମସଜିଦ ବିବାଦରେ ସଂଯମତା ରକ୍ଷା କରନ୍ତୁ ବୋଲି କହିଛନ୍ତି ଏଏସଆଇ ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ । ରାମ ଜନ୍ମଭୂମି, ମଥୁରା ଏବଂ ଜ୍ଞନବାପୀରେ ଚର୍ଚ୍ଚା ସଦାବେଳେ ଲାଗି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ମୁସଲିମମାନେ ନିଜ ଇଚ୍ଛାରେ ଜ୍ଞାନବାପୀକୁ ହିନ୍ଦୁମାନଙ୍କୁ ଦେଇଦେବା ଦରକାର । ଏହାସହ ଅନ୍ୟ କିଛି ନୂଆ ଦାବି ନକରିବାକୁ ସେ ହିନ୍ଦୁମାନଙ୍କୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆ ନୂଆ ଦାବି ଆସିଲେ ଅନେକ ଅସୁବିଧା ହୋଇପାରେ । ଅଯୋଧ୍ୟା ପରେ ମଥୁରା ଏବଂ ଜ୍ଞାନବାପୀ ହିନ୍ଦୁମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁସଲିମମାନଙ୍କ ପାଇଁ ମକ୍କା ଏବଂ ମଦିନା ଭଳି ହିନ୍ଦୁଙ୍କ ପାଇଁ ମଥୁରା ଏବଂ ଜ୍ଞାନବାପୀ ଜରୁରୀ ।

ଅଯୋଧ୍ୟା ବିବାଦକୁ ନେଇ ସେ କହିଛନ୍ତି ଯେ, ୧୯୭୬ରେ ବିବି ଲାଲଙ୍କ ନେତୃତ୍ୱରେ ବାବରି ମସଜିଦରେ ଅନୁସନ୍ଧାନ ହୋଇଥିଲା । ମହମ୍ମଦ ନିଜେ ଏଥିରେ ସାମିଲ ଥିଲେ । ଜଣେ କମ୍ୟୁନିଷ୍ଟ୍ ଐତିହାସିକଙ୍କ ପାଇଁ ବିବାଦ ଆରମ୍ଭ ହୋଇଥିଲା । ସେ ମୁସଲିମଙ୍କୁ ମସଜିଦ ତଳେ ମନ୍ଦିର ଥିବା ଦାବିକୁ ଖାରଜ କରିବା ପାଇଁ ଉସକାଇଥିଲେ । ଅନେକ ମୁସଲିମ ପୂର୍ବରୁ ବିବାଦୀୟ ଅଞ୍ଚଳରେ ହିନ୍ଦୁଙ୍କୁ ପୂଜା ଅଧିକାର ଦେବା ସପକ୍ଷରେ ଥିଲେ । କିନ୍ତୁ କମ୍ୟୁନିଷ୍ଟ୍ ଐତିହାସିକ ମିଛ କହି ଧର୍ମୀୟ ସଦଭାବନାକୁ କ୍ଷୂର୍ଣ୍ଣ କରିବା ପାଇଁ ପ୍ରୟାସ କରିଥିଲେ ।

କେକେ ମହମ୍ମଦ ଆହୁରି କହିଛନ୍ତି ଯେ, ଐତିହାସିକ ଜଣଙ୍କ ଅନେକ ମିଛ କହିଥିଲେ । ବାବରି ମସଜିଦକୁ ଖନନ ବେଳେ ମନ୍ଦିରର ଅଂଶ ବାହାରିନଥିବା ସେ ମୁସଲିମଙ୍କୁ କହିଥିଲେ । ତେଣୁ ବିବାଦ ଅଧିକ ବଢିଥିଲା । ଏବେ ଦେଶରେ ଥିବା ସମସ୍ତ ମନ୍ଦିର-ମସଜିଦ ବିବାଦକୁ ସୂଚାର ରୂପେ ସମ୍ପାଦନ ପାଇଁ ହିନ୍ଦୁ-ମୁସଲିମ ଏକାଠି ହେବା ଦରକାର । ମଥୁରା ଏବଂ ଜ୍ଞନବାପୀ ହିନ୍ଦୁଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମୁସଲିମମାନେ ଏହାକୁ ଛାଡିଦେବା ଦରକାର । ଏହି ତିନି ମନ୍ଦିର ବ୍ୟତୀତ ଅନ୍ୟ କେଉଁଠି ବିବାଦ ନାହିଁ । ନୂଆ ବିବାଦ ଆସିଲେ ଅଧିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।