ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଓଡ଼ିଶା ପିସିସି ପ୍ରଭାରୀ ଏବଂ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ, ଉଠାଇଲେ ରାଜ୍ୟରୁ ମହିଳା ଓ କିଶୋରୀଙ୍କ ନିଖୋଜ ପ୍ରସଙ୍ଗ

Published By : Prameya-News7 Bureau | March 07, 2025 IST

ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ନେଇ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଓଡ଼ିଶା ପିସିସି ପ୍ରଭାରୀ ଏବଂ ପିସିସି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ। ରାଜ୍ୟରେ ୪୪ ହଜାର ମହିଳା ଓ କିଶୋରୀ ନିଖୋଜ ଅଛନ୍ତି। ବିଗତ ବର୍ଷ ମହିଳାଙ୍କ ପ୍ରତି ଅପରାଧ ୮ ପ୍ରତିଶତ ବଢ଼ିଛି। ଏହାକୁ ନେଇ ଆଗାମୀ ଦିନରେ କଂଗ୍ରେସ ସଡ଼କରୁ ସଦନ ଆନ୍ଦୋଳନ କରିବ। କଂଗ୍ରେସ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି। ବ୍ଲକ୍ ସ୍ତରରେ ଏହି ଟିମ୍ ବୁଲି ତଥ୍ୟ ସଂଗ୍ରହ କରିବ, ତାପରେ ଏହାକୁ ନେଇ ଏକ ମେମୋରନଡମ୍ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦେବାର କାର୍ଯ୍ୟକ୍ରମ ଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ପିସିସି ସଭାପତି ଆହୁରି କହିଛନ୍ତି, ଆସନ୍ତାକାଲି ମହିଳା ଦିବସ ଅବସରରେ ଭୁବନେଶ୍ୱର କଂଗ୍ରେସ ମୁଖ୍ୟାଳୟରେ ଆଖିରେ ପଟି ବାନ୍ଧି କଂଗ୍ରେସ ବିକ୍ଷୋଭ କରିବ। ଆଗାମୀ ୧୦ ତାରିଖରେ ପ୍ରତି ଜିଲ୍ଲା ବ୍ଲକ୍ ଘେରାଉ କରିବ କଂଗ୍ରେସ। ଏହା ସହ କିଟ୍ ମାମଲାରେ ଅଭିଯୁକ୍ତକୁ କାହିଁକି ଦଣ୍ଡ ଦିଆଯାଉନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।


ସେହିଭଳି ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, ଓଡ଼ିଶାର ଅସ୍ମିତା ଉପରେ ଓଡ଼ିଶାର ମହିଳାଙ୍କ ସୁରକ୍ଷା ଉପରେ ଏବଂ ଯେଉଁଭଳି ଭାବରେ ନିଖୋଜ ଅଛନ୍ତି। ୩୯ ମହିଳା ଏବଂ ଝିଅ ଦେଶରେ ନିଖୋଜ ହେଉଛନ୍ତି। ଯେଉଁଥିରେ ୧୩ ମହିଳା ଏବଂ ଝିଅ ପ୍ରତିଦିନ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ୪୪ ହଜାରରୁ ଅଧିକ ମହିଳା ଓଡ଼ିଶାରୁ ନିଖୋଜ ଅଛନ୍ତି। ସେମାନେ କେଉଁଠି ? ସରକାରଙ୍କ ଦାୟିତ୍ବ କ’ଣ ? ଏଠି ନାବାଳିକା ପ୍ରସବ କରୁଛନ୍ତି। ସ୍ଥିତି ଖୁବ୍ ଭୟାବହ। 


ସୂଚନାଥାଉକି, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିୁଯକ୍ତ ହେବା ପରେ ଦିଲ୍ଲୀ ଗସ୍ତରେ ଅଛନ୍ତି ଭକ୍ତଚରଣ ଦାସ । ଗୁରୁବାର ସେ ଦିଲ୍ଲୀ ଗସ୍ତରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ଓଡ଼ିଶାରେ ମହିଳା ନିର୍ଯାତନା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତ କଂଗ୍ରେସ ମୁଖ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ ମୁଖ୍ୟାଳୟ ଇନ୍ଦିରା ଭବନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ପ୍ରଭାରୀ ଭାବରେ ଅଜୟ କୁମାର ଲଲ୍ଲୁ ଦାୟିତ୍ବ ଗ୍ରହଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.