ଭୁବନେଶ୍ବର ୧୦।୧: ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଯୋଗଦେଇଥିବା ଅତିଥି ଓ ପ୍ରବାସୀ ଭାରତୀୟ ମାନଙ୍କୁ ଉଦବୋଧନ ଦେଇଥିଲେ ରାଷ୍ଟ୍ରପତି । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ, ପ୍ରବାସୀଙ୍କ ପାଇଁ ଭାରତବାସୀ ଗର୍ବିତ । ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ । ପ୍ରବାସୀ ଭାରତୀୟମାନେ ସାରା ବିଶ୍ବରେ ଭାରତର ଟେକ ରଖିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରବାସୀମାନେ ପ୍ରତିଷ୍ଠା ପାଇଛନ୍ତି । ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହନ୍ତି ନିୟୁତ ନିୟୁତ ଲୋକ ଆପଣଙ୍କୁ ଆଦର୍ଶ ମାନୁଛନ୍ତି । ପ୍ରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆୟୋଜନକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି । କହିଥିଲେ ପ୍ରବାସୀ ଭାରତୀୟ ଦିବସ କେବଳ ଏକ ଇଭେଣ୍ଟ ନୁହେଁ । ଏହା ଏକ ପ୍ଲାଟଫର୍ମ ଯେଉଁଠାରେ ଆମେମାନେ ଏକତ୍ରିତ ହୁଅନ୍ତି, ଆମ ଭିତରେ ସମ୍ପର୍କ ବଢ଼େ । ଏଥି ସହ ଭାରତ ଓ ବିଦେଶରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ବନ୍ଧନ ମଜବୁତ୍ ହୁଏ । ପ୍ରବାସୀ ଭାରତୀୟଙ୍କ ପାଇଁ ଭାରତ ସରକାର ଅନେକ କିଛି ଯୋଜନା କରିଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି । ପୁରସ୍କୃତ ପ୍ରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ସେମାନଙ୍କ ସଫଳତାର କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ । ବରଂ ସମଗ୍ର ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍କର୍ଷତା ପାଇଁ ଉଦ୍ୟମ କରିବାକୁ ପ୍ରେରଣା ଦିଅନ୍ତି ।
You Can Read:
ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ଗ୍ୟାଲେରିର ଷ୍ଟଲ୍ ବୁଲି ଦେଖିଲେ ରାଷ୍ଟ୍ରପତି