ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରମିଳା, କହିଲେ ରାଜନୀତିରେ ସ୍ୱାମୀ-ସ୍ତ୍ରୀ ଅଲଗା

NEWS7
president-droupadi-murmu-attended-pbd-closing-ceremony

ଭୁବନେଶ୍ୱର ୧୨/୦୩: ରାଜ୍ୟସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କିଏ କାହାକୁ ଦେବେ ଭୋଟ ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାରି ଭିତରେ ନିର୍ବାଚନକୁ ସସ୍ପେନ୍ସ ବଢ଼ାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ସୁଭାଷିନୀ ଆମକୁ ଭୋଟ୍ ଦେବେ ।

 

ସୁଭାଷିନୀଙ୍କୁ ଚୋରି କରି ନେଲେ କି? ସେ ଆମ ଦଳରେ ଅଛନ୍ତି। ସେ ଆମକୁ ଭୋଟ୍ ଦେବେ ବୋଲି କହିଛନ୍ତି। ଚୋରି କରି ନେଇଗଲେ କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସେ । ସେ ଆହୁରି କହିଛନ୍ତି, ଆମ ବିଧାୟକ ଆମ ସହ ଅଛନ୍ତି । ଆମ ବିଧାୟକ ଆମ ସହ ରହିଛନ୍ତି, ସେମାନେ କିଣାବିକା ପାର୍ଟି । ଅନେକ ବିଧାୟକ ଦୂର ଦୂରାନ୍ତରରୁ ଆସୁଥିବାରୁ ହ୍ବିପ୍ ଜାରି ହୋଇଛି । ସମସ୍ତେ ଭୁବନେଶ୍ୱରରେ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି ପ୍ରମିଳା କହିଛନ୍ତି । ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

also read...

Rajyasabha Election: ବିଜେଡିକୁ ଘାରିଲା କ୍ରସ ଭୋଟିଂର ଭୟ, ନିଜ ବିଧାୟକଙ୍କ ପାଇଁ ଜାରି କଲା ହୁଇପ୍

ସୂଚନା ଥାଉକି, ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ସ୍ୱାମୀ ଏବେ ବିଜେଡି ଛାଡି ବିଜେପିରେ । ତେବେ ସେ କାହାକୁ ଦେବେ ଭୋଟ କରିନାହାଁନ୍ତି ସ୍ପଷ୍ଟ । କହିଛନ୍ତି ସମୟ କହିବ ସେ କାହାକୁ ଭୋଟ ଦେବେ ଏବେ ଠାରୁ କିଛି କହିହେବନି । ଗତକାଲି ବିଧାୟକଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ । ହେଲେ ଆଜି ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ଏଭଳି ମନ୍ତବ୍ୟ ସନ୍ଦେହ ବଢ଼ାଇଛି ।