ଅସ୍ତ୍ର ଛାଡ଼ି ଏବେ ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ୧୦ ଜଣ କଲେ ଆତ୍ମସମର୍ପଣ

NEWS7
preparations-are-underway-to-make-a-new-dress-for-the-women-deployed-on-naval-warships

ଫୁଲବାଣୀ ୧୧।୦୩ : ଭୁଶୁଡୁଛି ଲାଲଗଡ । ଧୀରେ ଧୀରେ ଅସ୍ତ୍ର ଛାଡିଲେନି ମାଓ ନେତା । ଏହିକ୍ରମରେ ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି ।

ଏ ଖବର ବି ପଢନ୍ତୁ:-ଚଳନ୍ତା ଟ୍ରେନ୍‌ ସାମ୍ନାରେ ଛିଡା ହୋଇଗଲେ ଯୁବକ, ଧକ୍କା ଦେଲା ଲୌହଦାନବ

କେନ୍ଦ୍ର ସରକାର ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ଯାହାକୁ ଦୃଷ୍ଟିରେ ରାଜ୍ୟ ଏବଂ କେନ୍ଦ୍ର ସୁରକ୍ଷା ବାହିନୀ ମିଳିତ ଭାବେ ବିଭିନ୍ନ ମାଓପ୍ରବଣ ଅଞ୍ଚଳମାନଙ୍କରେ ଅପରେସନ ଆରମ୍ଭ କରିଥିଲେ । ଏଥିରେ ସଫଳ ମଧ୍ୟ ହୋଇଥିଲେ । ଯାହାଫଳରେ ଧୀରେ ଧୀରେ ମାଓ ମୁକ୍ତ ହେବାର ଲାଗିଛି ବିଭିନ୍ନ ଅଞ୍ଚଳ । ସେହିପରି ଓଡ଼ିଶାରେ ମଧ୍ୟ ଅପରେସନ ଜୋରଦାର ଚାଲିଛି । ବିଭିନ୍ନ ମାଓ ଅଞ୍ଚଳ ଏବେ ସୁରକ୍ଷାକର୍ମୀଙ୍କ କବ୍‌ଜାକୁ ଆସିଲାଣି । ମାଲକାନଗିରି, କୋରାପୁଟ, ଆଦି ଅନେକ ଜିଲ୍ଲା ଧୀରେ ଧୀରେ ମାଓ ମୁକ୍ତ ହୋଇସାରିଲାଣି ।

ଏ ଖବର ବି ପଢନ୍ତୁ:-ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼, ରବିନ୍ଦ୍ର ଜେନାଙ୍କ ପରେ ଦଳ ଛାଡ଼ିଲେ ଦୁଇ ବ୍ଲକ ଅଧ୍ୟକ୍ଷା

ବୁଧବାର ଦିନ ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏକ ବିରାଟ ସଭାର ଆୟୋଜନ ହୋଇଥିଲା । ଏଥିରେ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ADGP ସଂଜୀବ ପଣ୍ଡା, IGP ନୀତି ଶେଖର,IGP ଦୀପକ କୁମାର, କନ୍ଧମାଳ ଏସପି ହରିଶ ବିଶିଙ୍କ ଉପସ୍ଥିତିରେ ୧୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଷ୍ଟେଟ୍‌ କମିଟି ସଦସ୍ୟ, ଡିଭିଜନ କମିଟି ସଦସ୍ୟ ଅନୁପା, ସୁନୀଲ, ଏରିଆ କମିଟି ସଦସ୍ୟ ସୁନୀତା, ଶିଳ୍ପା ପାଟି, ଯମୁନା, ଗଣେଷ କୁଞ୍ଜ, ସୁଶୀଳା ଡୁଡି, ସରିତା କୁମ୍‌ ଦାମ୍‌, ଚୁଡ଼ି ୟୋଗୀ ଓରଫ ରଜନୀ ରହିଛନ୍ତି ।