LIVE TV

ORS ନାଁରେ ଦେଶବ୍ୟାପୀ ବିକ୍ରି ହେଉଥିବା ଫଳ ରସ ଏବଂ ସୁଗାର ଡ୍ରିଙ୍କ ହଟାଇବା ପାଇଁ FSSAIର ନିର୍ଦ୍ଦେଶ

NEWS7
preity-zinta-congratulates-yuzvendra-chahal-after-win

ନୂଆଦିଲ୍ଲୀ:ଓଆର୍ଏସ ନାଁରେ ବିକ୍ରି ହେଉଥିବା ସମସ୍ତ ପ୍ରକାର ଖାଦ୍ୟ ଉତ୍ପାଦଗୁଡ଼ିକୁ ହଟାଇବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ଏବଂ ତଦାରଖ ଅଭିଯାନ କରି ଯେଉଁ ଖାଦ୍ୟ ଉତ୍ପାଦଗୁଡ଼ିକୁ ଓଆର୍ଏସ ଭାବରେ ଭୁଲ ବ୍ରାଣ୍ଡିଂ କରାଯାଇଛି ବିକ୍ରି କରାଯାଉଛି ସେଗୁଡ଼ିକୁ ହଟାଇବାକୁ ଏଫଏସଏସଏଆଇ କହିଛି।

ଏହା ପୂର୍ବରୁ FSSAI ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ ଫଳ-ଆଧାରିତ, କାର୍ବୋନେଟେଡ୍ କିମ୍ବା ପ୍ରସ୍ତୁତ ପାନୀୟକୁ ଓଆରଏସ ନାଁରେ ବିକ୍ରି କରାଯାଇପାରିବ ନାହିଁ।

ନଭେମ୍ବର ୧୯ ତାରିଖରେ ଜାରି କରିଥିବା ଆଦେଶରେ, ପ୍ରାଧିକରଣ କହିଛି ଯେ ଏହି ନିର୍ଦ୍ଦେଶ ସତ୍ତ୍ୱେ ବି ଫଳ-ଆଧାରିତ ପାନୀୟ, ପ୍ରସ୍ତୁତ ପାନୀୟ, ଇଲେକ୍ଟ୍ରୋଲାଇଟ୍ ପାନୀୟ ଏବଂ ସମାନ ORS-ସମ୍ବନ୍ଧୀୟ ଉତ୍ପାଦଗୁଡ଼ିକ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ, ଖୁଚୁରା ଦୋକାନ,ଓ ମଲଗୁଡ଼ିକରେ ବ୍ରାଣ୍ଡ ନାମ କିମ୍ବା ORS ଶବ୍ଦ ଲେଖି ବିକ୍ରି କରୁଛନ୍ତି। ଯାହା ନିୟମ ବିରୁଦ୍ଧ।

ତେଣୁ ଏ ସମ୍ପର୍କରେ ତୁରନ୍ତ ଯାଞ୍ଚ ଅଭିଯାନ ଚଳାଇବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ଉଭୟ ଅନଲାଇନ୍ ପ୍ଲାଟଫର୍ମ ଏବଂ ଖୁଚୁରା ଦୋକାନଗୁଡ଼ିକରେ ଯାଞ୍ଚ କରିବାକୁ ଫିଲ୍ଡ ଫୁଡ ସେଫ୍ଟି ଅଫିସରମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏଭଳି ସାମଗ୍ରୀ ଚିହ୍ନଟ କରିବା ସହିତ କମ୍ପାନୀଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ କଣ ଆକ୍ସନ ନିଅଗଲା ତାର ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଭାରତରେ ଭୁଲ ଭାବରେ ORS ନାଁରେ ବିକ୍ରି ହେଉଥିବାବା ସୁଗାର ଡ୍ରିଙ୍କକୁ ବିରୋଧ କରି ସୋସିଆଲ୍ ମିଡିଆରେ ଚିନ୍ତା ପ୍ରକଟ କରିଥିଲେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବରଞ୍ଜନୀ ସନ୍ତୋଷ। ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ ଏବଂ FSSAIର ନିର୍ଦ୍ଦେଶ ସତ୍ତ୍ୱେ ଇ-କମର୍ସ ପ୍ଲାଟଫର୍ମ ଏବଂ ଖୁଚୁରା ଦୋକାନଗୁଡ଼ିକରେ ଏପରି ନିୟମ ପାଳନ କରୁ ନଥିବା ଉତ୍ପାଦ ବିକ୍ରି ଜାରି ରହିଛି। ଯାହା କ୍ଷୋଭର ବିଷୟ ବୋଲି ସେ କହିଥିଲେ।