Live Live
LIVE

ରାଜ୍ୟରେ ବଢୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ

NEWS7
pregnant-women-goes-missing-in-bhadrak

ଭୁବନେଶ୍ୱର ୧୦।୦୩ : ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି । ୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି ବୋଲି  ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଏ ଖବର ବି ପଢନ୍ତୁ:-ପାନୀୟ ଜଳ ପ୍ରସଙ୍ଗରେ ଶାସକ-ବିରୋଧୀ ଆମ୍ନାସାମ୍ନା, ପରସ୍ପରକୁ କଲେ କଡ଼ା ଆକ୍ଷେପ

ମଙ୍ଗଳବାର ବିଧାନସଭାରେ ଭୋଗରାଇ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ ଦାଦନ ଶ୍ରମିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବାହାରକୁ ଦାଦନ ଖଟି ଯିବା ଅର୍ଥାତ୍ ଦାଦନ ପ୍ରବଣ ଜିଲ୍ଲାରେ ସବୁଠାରୁ ଆଗରେ ରହିଛି ବଲାଙ୍ଗୀର ଜିଲ୍ଲା । ୨୦୨୪ ଆର୍ଥିକ ବର୍ଷରେ ୪୯,୯୯୮ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ । ୨୦୨୫ରେ ଏହି ସଂଖ୍ୟା ୬୫,୩୦୯ରେ ପହଞ୍ଚିଛି । ସେହିପରି ବରଗଡ଼ ଭଳି କୃଷି ପ୍ରବଣ ଜିଲ୍ଲାରେ ମାଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ।

ଏ ଖବର ବି ପଢନ୍ତୁ:-ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ, ଗତବର୍ଷ ତୁଳନାରେ ବଢିଛନ୍ତି