ଦିଗପହଣ୍ଡି: ଗର୍ଭବତୀ ଓ ନବଜାତ ଶିଶୁ ମୃତ୍ୟୁ ମାମଲାରେ ସାହାରା ନର୍ସିଂହୋମ୍ର ମାଲିକ ଗିରଫ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଡେଙ୍ଗାଓସ୍ତା ବଜାରରେ ଥିବା ସାହାରା ନର୍ସିଂହୋମ୍ରେ ଚିକିତ୍ସାରେ ତ୍ରୁଟି ଯୋଗୁ ମେ ମାସ ୧୧ ତାରିଖ ରାତିରେ ଜଣେ ଗର୍ଭବତୀ ଓ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୂର୍ବରୁ ନର୍ସ ମଧୁସ୍ମିତା ପଟ୍ଟନାୟକ ଓ ANM ପ୍ରମୋଦିନି ଗମାଙ୍ଗ ଗିରଫ ହୋଇ ଜେଲରେ ଅଛନ୍ତି ।
ସୂଚନା ଅନୁସାରେ, ରୋଜି ନାୟକ ଗର୍ଭ ଯନ୍ତ୍ରଣା ଯୋଗୁ ମେ ମାସ ୧୧ ତାରିଖ ରାତିରେ ସାହାରା ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ। ସେଠାରେ କୌଣସି ଡାକ୍ତର ନଥାଇ ରୋଜିଙ୍କ ଅସ୍ତ୍ରୋପଚାର କରାଇବା ଯୋଗୁ ତାଙ୍କର ଏବଂ ନବଜାତକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ୨ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଗିରଫ କରିଥିଲା। ଆଉ ଏହି ଘଟଣାର ତଦନ୍ତକ୍ରମେ ରବିବାର ଏଥିରେ ସଂଶ୍ଲିଷ୍ଟ ଥିବା ମୁଖ୍ୟ ଅଭିଯୁକ୍ତ ତଥା ନର୍ସିଂହୋମର ମାଲିକ ମଙ୍ଗୁଳୁ ଚରଣ ପ୍ରଧାନଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ।