ଭୁବନେଶ୍ୱର ୧୯।୦୩ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି । ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ୨ୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ଆୟ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି । ଯେଉଁଥି ପାଇଁ ୧ ଲକ୍ଷ ମହିଳା ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ।ତେବେ ବଞ୍ଚିତ ହୋଇଥିବା ମହିଳାଙ୍କ ମଧ୍ୟରେ ଅନେକ ଗାଡ଼ି କିଣିଛନ୍ତି । ୫ ଏକର ଜମି ନଥାଇ ବି ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏସବୁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ ସର୍ଭେ କରାଯିବ । ସର୍ଭେ ପରେ ପୁରା ରେକର୍ଡ ପ୍ରସ୍ତୁତ କରାଯିବ । ରକ୍ଷା ବନ୍ଧନ ସମୟରେ ଯେଉଁମାନେ ତାଙ୍କ ଭିତରୁ ଯୋଗ୍ୟ ହେବେ ସେହି ସମୟର ସେମାନଙ୍କ କିସ୍ତି ସେମାନଙ୍କୁ ମିଳିବ।