LIVE TV

ସଂଘର୍ଷରୁ ହି-ମ୍ୟାନ୍: କେବେ ଶୋଉଥିଲେ ଗ୍ୟାରେଜରେ, ୨୦୦ ଟଙ୍କାରେ ଚଳୁଥିଲେ....ରାତାରାତି ପାଲଟିଗଲେ ସୁପରଷ୍ଟାର

NEWS7
pravasi-bharatiya-darshan-lord-jagannath-at-puri-shree-mandir

ମୁମ୍ୱାଇ ୨୪/୧୧: କୁତେ....କମିନେ...ମେଁ ତେରା ଖୁନ ପି-ଜାଉଙ୍ଗା । ଏକ୍ ଏକ୍ କୋ ଚୁନ୍ ଚୁପନ୍ କେ ମାରୁଙ୍ଗା । ବସନ୍ତି, ଇନ୍ କୁତୋ କେ ସାମନେ ନେହି ନାଚୋଙ୍ଗେ....ବଲିଉଡ୍ରେ ୬୦ ଦଶକରେ ରାଜ୍ କରୁଥିଲା ଏହି ଡାଇଲଗ୍ । କେବଳ ଡାଇଲଗ୍ ନୁହେଁ ଅଭିନେତା ବି ବେଶ୍ ଦମ୍ଦାର ।ବଲିଉଡର ହି-ମ୍ୟାନ୍ ଭାବରେ ସେ ଜଣାଶୁଣା । ଖାଲି ହି-ମ୍ୟାନ୍ ନୁହେଁ ବୀରୁ ଭାବେ ବି ସେ ବେଶ୍ ଫେମସ । କାରଣ ଜୟ-ବୀରୁଙ୍କ ଫ୍ରେଣ୍ଡସିପ୍ ଭାରି ଥିଲା ଚର୍ଚ୍ଚିତ ।

ଏ ଦୋସ୍ତି ହମ୍ ନେହି ଛୋଡେଙ୍ଗେ । ଛୋଡେଙ୍ଗ ଦମ୍ ମଗର ତେରା ସାଥ୍ ନା ଛୋଡେଙ୍ଗେ । ହେଲେ ଏବେ ଜୟଙ୍କୁ ଏକାକରି ଚାଲିଗରେ ବୀରୁ । ୮୯ ବର୍ଷ ବୟସରେ ବିଲିଉଡ୍କୁ ଅଲବିଦା କହିଛନ୍ତି ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ କିଛି ଦିନ ଧରି ଅସୁସ୍ଥ ଥିଲେ । ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ରାଜ୍ କରୁଥିଲେ । ତଥାପି, ସଂଘର୍ଷର କାହାଣୀ ଏବେ ବି ପ୍ରତିଟି ହୃଦୟରେ ଦଣ୍ଡାୟମାନ । କାରଣ ଉଣା ଅଧିକେ ଲୋକଙ୍କୁ ଜଣା ଥିଲା ସେ ସଫଳତା ପାଇବାକୁ କରିଥିଲେ କଣ ।

ରିଆଲିଟି ଶୋ "ଇଣ୍ଡିଆନ୍ ଆଇଡଲ୍ ୧୧" ରେ ନିଜେ ତାଙ୍କ ସଂଘର୍ଷର କାହାଣୀ ବଖାଣିଥିଲେ ।୧୯୬୦ ମସିହାରେ "ଦିଲ୍ ଭି ତେରା ହମ୍ ଭି ତେରେ" ଜରିଆରେ ବଲିଉଡ୍ରେ କରିଥିଲେ ଡେବ୍ୟୁ । ଧୀରେ ଧୀରେ ଲୋକଙ୍କ ହୃଦୟ ଜିତି ଚାଲିଥିଲେ । ତଥାପି, ଏପର୍ଯ୍ୟନ୍ତ ଯାତ୍ରା ଥିଲା ବେଶ୍ କଷ୍ଟସାଧ୍ୟ ।ପଞ୍ଜାବର ଲୁଧିଆନାରେ ଧର୍ମେନ୍ଦ୍ରଙ୍କ ଜନ୍ମ । ଦିନ ଥିଲା ରହିବାକୁ ଘର ନଥିଲା । ମାୟାନଗରୀରେ ତିଷ୍ଟିବାକୁ ସେ ଗ୍ୟାରେଜରେ ଶୋଉଥିଲେ ।

ରୋଜଗାର ନଥିବାରୁ ଡ୍ରିଲିଂ ଫାର୍ମରେ ପାର୍ଟ-ଟାଇମ୍ କାମ କରୁଥିଲେ । ଯେଉଁଠାରେ ମାସିକ ଦରମା ଥିଲା ୨୦୦ ଟଙ୍କା । ହେଲେ ୨୦୦ ଟଙ୍କାରେ ବଞ୍ଚିବା ଥିଲା ବହୁତ କଷ୍ଟକର । ତେଣୁ, ଅଧିକ ରୋଜଗାର କରିବା ପାଇଁ ଓଭରଟାଇମ୍ କାମ କରିବାକୁ ପଡୁଥିଲା ।ସ୍କୁଲରେ ପାଠପଢ଼ୁଥିବା ଦିନଗୁଡ଼ିକୁ ମଧ୍ୟ ରିଅଲିଟି ଶୋରେ ଭାବପ୍ରବଣ ହୋଇପଡିଲେ ବୀରୁ । ଅଭିନେତା କହିଥିଲେ, ସ୍କୁଲ ସରିବା ପରେ ସେତୁ ପାଖକୁ ଯାଆନ୍ତି । ସେଠାରେ ଘଣ୍ଟା ଘଣ୍ଟା ବସି ଚିନ୍ତା କରିଥିଲେ କଣ ହେବ ଭବିଷ୍ୟତ । ହେଲେ ଯେବେ ଏବେ ସେ ସେଠାକୁ ଯାନ୍ତି ।

ସେଠାରେ ଶୁଣିବାକୁ ପାଆନ୍ତି ଗୋଟିଏ ସ୍ୱର । ଶୁଣିବାକୁ ମିଳେ 'ଧର୍ମେନ୍ଦ୍ର, ଆଜି ତୁମେ ଜଣେ ସୁପରଷ୍ଟାର । ଏମିତି ମନେ ପକାଇ ଧର୍ମେନ୍ଦ୍ର ବହୁତ ଭାବପ୍ରବଣ ହୋଇପଡ଼ିଥିଲେ ।ଧରମ ପା ଜଙ୍କ ଆହୁରି ଗୋଟିଏ ଖାସିୟତ । ସେ ବହୁତ ଫିଟ୍ । ସେ ନିଜେ ବି ଏହାକୁ ସ୍ୱୀକାର କରନ୍ତି । ତାଙ୍କ କହିବା କଥା ସେ ଚାଷୀ ପୁଅ । କ୍ଷେତର ମାଟି କେବଳ ହାତକୁ ନୁହେଁ ବରଂ ହୃଦୟକୁ ମଧ୍ୟ ପ୍ରଭାବିତ କରେ । ମୋର ମୂଳ ସେହି ମାଟିରେ ଅଛି । ମୁଁ ମୋ ଫାର୍ମହାଉସର ଗାଈମାନଙ୍କ ସହିତ କଥା ହୁଏ, ଏବଂ ଗଛର ଛାଇରେ ମୁଁ ଶାନ୍ତି ପାଏ ।

​​​​​​​

ଧର୍ମେନ୍ଦ୍ରଙ୍କ ବାପା କିଶନ ସିଂହ ଦେଓଲ ଜଣେ ସ୍କୁଲ ପ୍ରଧାନ ଶିକ୍ଷକ ଥିଲେ । ତଥାପି ସେ ଚାଷ ସହିତ ଜଡିତ ଥିଲେ ।୧୯୬୦ ଦଶକରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା ଧର୍ମେନ୍ଦ୍ର ପ୍ରାୟ ୩୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୭୦ ଦଶକରେ ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ପୁରୁଷଙ୍କ ମଧ୍ୟରେ ମଧ୍ୟ ନାମିତ କରାଯାଇଥିଲା । ତାଙ୍କୁ ବିଶ୍ୱ ଲୌହ ପୁରୁଷ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କର ସବୁଠାରୁ ପ୍ରସିଦ୍ଧ ହିଟ୍ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ "ସତ୍ୟକାମ୍", "ଖାମୋଶୀ", "ଶୋଲେ", "କ୍ରୋଧୀ" ଏବଂ "ୟାଦୋଁ କି ବାରତ" ଅନ୍ତର୍ଭୁକ୍ତ ।