ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ, ଦିଲ୍ଲୀରେ ଦଳୀୟ ନେତାଙ୍କ ସହ ଆଲୋଚନା

Published By : Prameya-News7 Bureau | June 08, 2024 IST

ଭୁବନେଶ୍ୱର ୮।୬: ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ । ପଦ୍ମ ଧରିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଖୁବଶୀଘ୍ର ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀ ଆଲୋଚନା କରିଛନ୍ତି । ତେବେ ଏହା ଭିତରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ଉତ୍ତରୀୟ ପକାଇଥିବା ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି । ଯାହାକୁ ନେଇ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ଭାବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ୫ ଥର ସାଂସଦ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ପ୍ରସନ୍ନ ପାଟ୍ଟଶାଣୀ ୨୦୧୯ ଓ ୨୦୨୪ରେ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ବିଜେଡି ତାଙ୍କ ଉପରେ ଭରସା କରିନଥିଲା । ଏବେ ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଠିକ୍ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ମିଶିବା ନେଇ ରାଜନୈତକ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । 

You Can Read :

ଅଧିକ ସୁଧ ଦେବା ଲୋଭ ଦେଖାଇ ଠକେଇ, କଲିକତାରୁ ଠକକୁ ବାନ୍ଧିଲା EOW

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.