କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣା, ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | August 10, 2025 IST

କେନ୍ଦ୍ରାପଡ଼ା ୧୦।୦୮ : କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣା । ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ପୋଲିସ । ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । କିଛି ଦିନ ଧରି ଅଟକ ରଖିଥିଲା ପୋଲିସ ।  

ଖବର ଅନୁଯାୟୀ, କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ଅନେକ ଦିନ ବିତିଗଲାଣି । ତଥାପି ପୋଲିସ ହାତରେ ଲାଗିନଥିଲା କୌଣସି ସୁରାକ । ଶେଷରେ ପୋଲିସ କୌଣସି ସୁରାକ୍‌ ପାଇ ପୁରୁଷବନ୍ଧୁଙ୍କୁ ଚେନ୍ନାଇରୁ ଅଟକ ରଖିଥିଲାପୋଲିସ । ଏହାପରେ ଆରମ୍ଭ କରିଥିଲା ଛାନ୍‌ଭିନ୍‌ । ଏପିରିକି ତଦନ୍ତରେ ପୋଲିସକୁ ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ୍‌ରୁ ଏକାଧିକ ଅଶ୍ଳୀଳ ଭିଡିଓ ଥିବାର ସୂଚନା ମିଳିଛି । ଯେଉଁ ଭିଡିଓ ମଧ୍ୟରୁ କିଛିକୁ ପୁରୁଷବନ୍ଧୁ ଛାତ୍ରୀଙ୍କ ବାପାଙ୍କ ପଠାଇଥିଲେ । ଏପିରିକି ଘଟଣା ପୂର୍ବ ଦିନ ଛାତ୍ରୀଙ୍କ ସହ କଥା ହୋଇଥିଲେ । ଏମିତିକି ଘଟଣା ଘଟିବାର କିଛି ସମୟ ପୂର୍ବରୁ ମଧ୍ୟ ଫୋନ୍‌ ଜରିଆରେ କଥା ହୋଇଥିଲେ । ହେଲେ କଣ କଥା ହୋଇଥିଲେ , ସେନେଇ କୌଣସି ସୂଚନା ମିଳିନାହିଁ । ବାକି ପୋଲିସ ଉକ୍ତ ପୁରୁଷବନ୍ଧୁଙ୍କୁ ଗିରଫ କରିଛି । ଗିରଫ ପରେ ପୋଲିସ ଆଗରେ କଣ ସବୁ ସତ ଓଗାଳୁଛି । ତାହା ଆଗକୁ ଦେଖିବାକୁ ବାକି ରହିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.