ପୁରୀ ୩୦/୦୬: ଆଡ଼ପ ଦର୍ଶନ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହେଉଛନ୍ତି ପ୍ରକାଶ ମିଶ୍ର । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରିବାକୁ ଅନୁରୋଧ କଲେ । କହିଲେ ସବୁ ଶୃଙ୍ଖଳିତ ହେବାରେ ପ୍ରଶାସନକୁ ଭକ୍ତଙ୍କ ସହଯୋଗ ଦରକାର । ସମସ୍ତଙ୍କୁ ଦର୍ଶନ ସୁବିଧା ମିଳିବ । ଧାଡିରେ ଆସି ଭଗବାନଙ୍କ ଦର୍ଶନ କର ।
ସୂଚନା ଥାଉକି, ଶରଧାବାଲି ଦଳାଚକଟା ପରେ ସଚେତନ ହୋଇଛନ୍ତି ରାଜ୍ୟ ସରକାର । ଆକ୍ସନମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । ଆଜି ଆଡପମଣ୍ଡପରେ ଭଗବାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଭକ୍ତ । ତେବେ ଏହି ଅବସରରେ ଭକ୍ତଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ପ୍ରକାଶ ମିଶ୍ର ।