ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ହମଲା ପରେ ସଜାଗ ରହିଛି ଭାରତୀୟ ସେନା। ଗୁଇନ୍ଦା ବିଭାଗ ବି ଆଲର୍ଟ। ଏହାରି ଭିତରେ ବଡ଼ ଖବର ସାମନାକୁ ଆସିଛି। ଆତଙ୍କୀମାନେ ଜମ୍ମୁ ଓ କାଶ୍ମୀର ଜେଲ୍ ଉପରେ ଆକ୍ରମଣ କରିବା ପାରନ୍ତି। ଏପଟେ ପୁଞ୍ଚରେ ସୁରକ୍ଷାବଳଙ୍କୁ ଆତଙ୍କୀଙ୍କ ଠିକଣା ମିଳିଛି। ଯେଉଁଠି ଟିଫିନ୍ରୁ ଆଇଇଡି ଠାବ ହୋଇଛି। ଏନେଇ ଅଧିକାରୀଙ୍କ ନିକଟରୁ ଅଧିକ ସୂଚନା ମିଳିନାହିଁ।
ସବୁଠୁ ବଡ଼ କଥା ହେଲା କିଛି ଜେଲ୍ରେ ଆତଙ୍କବାଦୀ ରହିଛନ୍ତି। ୨୨ ଏପ୍ରିଲ ହମଲା ପରେ ସେନା ଆଲର୍ଟ ମୋଡ୍ରେ ରହିଛି।
ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଜେଲଗୁଡ଼ିକ ଉପରେ ଆତଙ୍କୀ ହମ୍ଲା ସମ୍ଭାବନା ଥିବା ସୂତ୍ରରୁ ସୂଚନା ମିଳିଛି।
ଏଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ କରାଯାଇଛି। ଆତଙ୍କବାଦୀମାନେ ଜମ୍ମୁ କୋଟ ବଲୱାଲ ଜେଲ ଏବଂ ଶ୍ରୀନଗର ସେଲ୍ ଜେଲକୁ ଟାର୍ଗେଟ କରିଥିବା ସୂଚନା ମିଳିଛି। ଏହି ଜେଲଗୁଡ଼ିକରେ ବଡ଼ ଆତଙ୍କବାଦୀଙ୍କଠାରୁ ଆରମ୍ଭ କରି ସ୍ଲିପର ସେଲର ସଦସ୍ୟ ପର୍ଯ୍ୟନ୍ତ ବନ୍ଦୀ ଅଛନ୍ତି।
ସୋମବାର ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ବାହିନୀ ପୁଞ୍ଚ ଜିଲ୍ଲାର ଏକ ଆତଙ୍କବାଦୀ ଆଡ୍ଡାରୁ ପାଞ୍ଚଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଉଦ୍ଧାର କରିଛନ୍ତି। ମିଳିତ ସର୍ଚ୍ଚ ଅପରେସନରେ, ସେନା ଏବଂ ଜମ୍ମୁ ଏବଂ କାଶ୍ମୀର ପୋଲିସ ପୁଞ୍ଚର ସୁରନକୋଟର ଜଙ୍ଗଲ ଅଞ୍ଚଳରେ ଥିବା ଏହି ଆଡ୍ଡାକୁ ଖୋଳତାଡ କରିଛନ୍ତି। ସୂତ୍ର ଅନୁସାରେ, ଉଦ୍ଧାର ହୋଇଥିବା ଆଇଇଡି ମଧ୍ୟରେ ତିନୋଟି ଟିଫିନ୍ ବାକ୍ସ ଏବଂ ଦୁଇଟି ଷ୍ଟିଲ୍ ବାଲ୍ଟିରେ ଲୁଚାଇ ରଖାଯାଇଥିଲା।