ଭୁବନେଶ୍ବର ୧୨/୬: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଶପଥ ନେବା ପୂର୍ବରୁ ଲୋକଙ୍କ ଦୁଃଖ ଶୁଣିଛନ୍ତି ଭାବି ମୁଖ୍ୟମନ୍ତ୍ରୀ । ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିଛନ୍ତି ସେ। । ରାସ୍ତାକଡରେ ଠିଆ ହୋଇଥିବା ପରିବହନ ବିଭାଗର ଜଣେ କର୍ମଚାରୀ ବିଜୟ ଦାସଙ୍କ ସହ କଥା ହୋଇ ଭଲମନ୍ଦ ପଚାରି ବୁଝିଥିଲେ । ସୁବିଧା ଅସୁବିଧା ଶୁଣିଥିଲେ । ସେ ପାଉଥିବା ଅଳ୍ପ ଦରମାରେ ପରିବାର ଚଳେଇପାରୁନଥିବା କହିଥିଲେ । ଭାବି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ବାସନା ଦେଇ ଦୁଃଖ ବୁଝାଯିବ ବୋଲି କହିଥିଲେ । ବିଜେପି ସରକାର ଗରିବ, ଖଟିଖିଆଙ୍କ ସରକାର ହେବ ବୋଲି କହିଥିଲେ । ନୂଆ ସରକାର ଆସିଲେ ଆମ ଦୁଃଖ ଦୂର ହେବ ବୋଲି ଆଶା କରୁଛୁ । ମୋର କାମ ହେଉ କି ନ ହେଉ ତାଙ୍କ ମିଠା କଥାରେ ମୋର ପେଟ ପୂରିଗଲା ବୋଲି କହିଛନ୍ତି ବିଜୟ।
ହୋଲିରେ ହତ୍ୟାକାଣ୍ଡକୁ ନେଇ ବର୍ଷିଲେ ବିରୋଧୀ, ବିଜେପି...
