ପରଧନରେ ଚାଲୁଛି ଶାସନ, ଫାଇଟର୍ ଜେଟ୍ ବିକିବାକୁ ମନ : ନିଜ ଗୋଡରେ କୁରାଢି ମାରୁଛି ପାକିସ୍ତାନ

NEWS7
politics-bjd-bjp-clash-over-developed-village-developed-odisha-program-

ଇସାଲାମାବାଦ, ୧୩/୦୧:କାଙ୍ଗାଳ ହେଲାଣି ପ୍ରକୃତି ଛାଡୁନି । ଅଭାବରେ ଲଟପଟ ତଥାପି କହୁଛି ମୋର ବହୁତ ବଳ । ନିଜ ଘରକୁ ଏକାଠି ରଖିବାକୁ ବଳପାଉନି,କିନ୍ତୁ ଅନ୍ୟଦେଶଙ୍କୁ କହୁଛି ମୋ ଯୁଦ୍ଧ ବିମାନ ନିଅ ଆଉ ନିଜ ସୁରକ୍ଷା କର । ଆତଙ୍କୀସ୍ତାନ ପାକିସ୍ତାନର ଏପରି ଚାଲ୍ ପଛରେ ପ୍ରକୃତ କାରଣ କଣ?ସିଧା ସମରରେ ଭାରତକୁ ମୁକାବିଲା କରିବାକୁ ସାହସ ଜୁଟେଇ ପାରୁନଥିବା ଆତଙ୍କୀସ୍ତାନ ଆତଙ୍କବାଦୀଙ୍କ ପରେ ଏବେ ଦୁର୍ବଳ ଦେଶଙ୍କୁ ଫୁସଲେଇ ନିଜର ବଳ ବଢାଇବାକୁ ଚାହୁଁଛି କି?

ଏବେ ସ୍ପଷ୍ଟ ହୋଇଛି ପାକିସ୍ତାନର ନୂଆ କାରନାମା । ବୈଦେଶିକ ମୁଦ୍ରା ଭଣ୍ଡାର ସରିବାକୁ ବସିଥିବା ବେଳେ, ଅଭାବ ଲାଗି ପିଏମ୍ ଶେହବାଜ ସରିଫ୍ ପର ଆଗରେ ହାତ ପତାଉଥିବା ବେଳେ, ପାକିସ୍ତା ଖେଳୁଛି ଡୁଆଲ୍ ଗେମ୍ । ଯୁଦ୍ଧ ବିମାନ ତିଆରି କରି ବିକ୍ରି କରିବାକୁ ଚାଲ୍ । ଚାଇନା ସହଯୋଗରେ ତିଆରି ହେବ ଫାଇଟର୍ ଜେଟ୍ । ଯାହାକୁ ଗରିବ ଦେଶକୁ ବିକିବ ପାକିସ୍ତାନ୍ । ବିକ୍ରିଟଙ୍କାରେ ବିସ୍ତାର କରିବ ଆତଙ୍କୀ ନେଟଓ୍ୱର୍କ୍ ।

ଆର୍ଥିକ ଅବସ୍ଥା ବିପନ୍ନ । ଜାତିସଙ୍ଘର ପଇସାରେ ଚାଲୁଛି ଶାସନଲୋନ୍ ପରେ ଲୋନ୍ । ଆମେରିକାଠୁ ଚାଇନା । ଦୁବାଇଠୁ ତୁର୍କୀ । ସମସ୍ତଙ୍କଠୁ ଲୋନ୍ ନେଇଛି ପାକିସ୍ତାନ । କଥା କଥାରେ ଆଇଏମଏଫ୍ ଆଗରେ ମୁଣ୍ଡ ନୁଆଉଁଛନ୍ତି ପିଏମ୍ ଶରିଫ୍ । କିନ୍ତୁ ଇସାଲାମାବାଦ ଛାଡୁନି ଭାରତ ବିରୋଧୀ ଚିନ୍ତାଧାରା । ଅପରେସନ୍ ସିନ୍ଦୂର ପରେ ବିକଳ ଅବସ୍ଥା । ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ଆଉ ନିଜେ ମଜବୁତ ହୋଇ ଛିଡା ହେବା ବଦଲରେ ଭାରତକୁ ପାନେ ଦେବାକୁ ନେଇଛି ଟୀନ୍ ର ସହୟୋଗ । ଜିନ୍ପିଙ୍ଗ୍ ମଧ୍ୟ ସରିଫଙ୍କ କାନ୍ଧରେ ବନ୍ଧୁକ ଥୋଇ ଗୁଳି ମାରିବାକୁ ତୟାର । ଭାରତକୁ ଚେକ୍ ଦେବାକୁ ପାକିସ୍ତାନ କୁ ହାତ କରିଛି ଡ୍ରାଗନ୍ । ଗୋଳିଆ ପାଣିର ଫାଇଦା ନେବାକୁ ବାଂଲାଦେଶ ବି ତୟାର । ଦରାପଡିଛି ନୱାଜ ସରିଫ୍ - ଅସୀମ ମୁନିର ଚାଲ୍ ।

ବର୍ଷ ଆରମ୍ଭରୁ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଡିଲ୍ । କଥା ହୋଇଛନ୍ତି ପାକ୍ ଏବଂ ବାଂଲା ଏୟାର ଚିଫ୍ ମାର୍ସାଲ୍ । ଜେଏଫ୍-17 ଯୁଦ୍ଧ ବିମାନ ବିକ୍ରି-ଖରିଦ ପାଇଁ ବଡ ଡିଲ୍ । ଅର୍ଥାତ ଫାଇଟର୍ ଜେଟ୍ ବିକିବ ପାକିସ୍ତାନ । ପ୍ରତିରକ୍ଷା ରପ୍ତାନୀରେ ଉପସ୍ଥିତି ଜାହିର କରିବାକୁ ଯୋଜନାତେବେ ଜେଏଫ 17 ପାକିସ୍ତାନରେ ତିଆରି ହେଉଥିଲେ ବି ଚାଇନା ଟେକ୍ନେୋଲୋଜୀଯାହାର ନୂଆ ନା ଦେଇଛି ପାକିସ୍ତାନ । ଜେଏଫ୍-17 ପାଲଟିଛି ସୁପର୍ ମୁସ୍ ସାକ୍ । ଯାହାକୁ କେବଳ ପାକିସ୍ତାନ ନୁହେଁ ତୁର୍କୀ-ଇରାନ୍ ଭଳି ଦେଶ ବାୟୁସେନାରେ କରିଛନ୍ତି ସାମିଲ୍ । ଏବେ ତାହାକୁ ବାଂଲାଦେଶ, ଲିବ୍ୟା ଏବଂ କିଛି ଦୁର୍ବଳ ଆରବ ଦେଶଙ୍କୁ ବିକାବାକୁ ବ୍ଲୁପ୍ରିଣ୍ଟ। ସବୁଠୁ ବଡ କଥା ହେଉଛି କି ପରଧନରେ ତିଆରି ହେବ ଫାଇଟର୍ ଜେଟ୍ । ସାଉଦି ଆରବଠୁ ଆଣିବ ଟଙ୍କା । ନିଜ ଦେଶର ତିଆରି କରିବ ଜେଟ୍ ।

ପାକିସ୍ତାନର ସ୍ଥିତି ପୁରା ଅଲଗା । ପ୍ରଧାନମନ୍ତ୍ରୀ ସରିଫଙ୍କ ପାଖେ ପାଖେ ରହୁଛନ୍ତି ସେନାମୁଖ୍ୟ ଅସିମ୍ ମୁନୀର୍ । ଡିଲରେ କରୁଛନ୍ତି ସାଇନ୍ । କାଠ କଣ୍ଢେଇ ସାଜିଛନ୍ତି ସରିଫ୍ । ପାକିସ୍ତାନ ସର୍ବଶକ୍ତିମାନ ସେନାର ମୁଖ୍ୟ ମୁନୀରଙ୍କ ଇଶାରାରେ ଚାଲୁଛି ସବୁ କିଛି । ନୂଆ ନୂଆ ଦେଶ ଏବଂ ସଙ୍ଗଠନ ଭିତରେ ମଧ୍ୟସ୍ତି ପାଲଟିଛନ୍ତି ସେ । ଲିବ୍ୟାର ବିଦ୍ରୋହୀ ଗୋଷ୍ଠୀ ସହ ଅନ୍ୟ ଆଫ୍ରିକୀୟ ଦେଶ ବି ମୁନୀର ଙ୍କ ନିଶାନାରେ

ବାଂଲାଦେଶ ସହ ଭାରତର ତିକ୍ତତାରୁ ଫାଇଦା ନେବା ଲକ୍ଷ୍ୟରେ ମୁନୀର । ତାସହ ଇସଲାମିକ ଦେଶଙ୍କୁ ଧର୍ମ ଓ ସଂପ୍ରଦାୟର ଅଫିମ ଖୁଆଇ ଭାରତ ବିରୋଧରେ ନିଜର ଏକ ସ୍ଥାନ ତିଆରି କରିବା ଲକ୍ଷ୍ୟ । ଆଉ ସେଥିରେ ଅସ୍ତ୍ର ଶସ୍ତ ବିକ୍ରି ଏବଂ ସାମରିକ ସଂପର୍କକୁ କରିଛି ସୂତ୍ର । ସାଉଦି ଆରବ ସହ ସାମରିକ ମେଣ୍ଟ ପରେ ଆହୁରି ଉତ୍ସାହୀତ ମୁନୀରସେ ଏବେ ବିଭିନ୍ନ ଦେଶ ସହ ଓପନ୍ ଡିଲ୍ କରୁଛନ୍ତି । ଶସ୍ତାରେ ଜେଏଫ-17 ଯୋଗାଇବାକୁ ଦେଉଛନ୍ତି ଅଫର୍ । କାରଣ ସେ ନିଜକୁ ଭାବୁଛନ୍ତି ପାକିସ୍ତାନର ସୁପର୍ ପ୍ରାଇମ୍ ମିନିଷ୍ଟର୍ । ସବୁ ଦେଶରେ ସେନା ରହିବା ସାଧାରଣ କଥା । କିନ୍ତୁ ପାକିସ୍ତାନରେ ସେନା ହାତରେ ରହିଛି ଦେଶ ।

ପହଲଗାମ୍ ଆକ୍ରମଣ ପରେ ପ୍ରତିଶୋଧ ନେଇଥିଲା ଭାରତ । ଛାରଖାର ହୋଇଥିଲା ପାକିସ୍ତାନ୍ ଏବଂ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ୍ । ଯାହାକୁ ରୋକିପାରିନଥିଲା ପାକିସ୍ତାନର ବାୟୁସେନା କିମ୍ବା ଆଏସ୍ଆଇ ଅଥବା ସେନାବାହିନୀକାମ ଦେଇନଥିଲା ଚୀନ୍ ଦେଇଥିବା ଡିଫେନ୍ସ୍ ସିଷ୍ଟମ୍ । ଆମେରିକାର ଏଫ-16 ଜେଟ୍ ଉଡାଇବାକୁ ପାକିସ୍ତାନ ପାଖରେ ନାହାଁନ୍ତି ଦକ୍ଷ ପାଇଲଟ୍ । ଅପରେସନ୍ରେ ବାରମ୍ବାର ମାତ୍ ଖାଉଛିସେପଟେ ଦେଶରେ ଦେବାଳିଆ ସ୍ଥିତି । ବିଶ୍ବ ବ୍ୟାଙ୍କ୍, ଆନ୍ତର୍ଜାତୀୟ ସଂସ୍ଥା ସହ ବିଭାନ୍ନ ଦେଶ ପାକରେ ହାତ ପାତୁଛି ।ହେଲେ ସୁଧୁରୁନି ଇସଲାମାବାଦ୍ । ତଥାପି ଜେଏଫ୍-17 ପଛରେ ଧାଇଁଛନ୍ତି ମୁନୀର୍ ଏବଂ ସରିଫ । ନିଜ ଗୋଡରେ ନିଜେ କୁରାଢି ମାରୁଛି ପାକିସ୍ତାନ ।