ଆରବ ସାଗର ରାସ୍ତାରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ ୯ ପାକିସ୍ତାନୀ, କୋଷ୍ଟଗାର୍ଡ ଦ୍ୱାରା ଗିରଫ

NEWS7
politician-involve-in-criminal-case-may-not-stand-in-election-supreme-court

ପୋରବନ୍ଦର ୧୫।୧: ମତ୍ସଜୀବୀ ବେଶରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୯ ଜଣ ପାକିସ୍ତାନୀଙ୍କୁ ଭାରତୀୟ କୋଷ୍ଟ ଗାର୍ଡ(ଆଇସିଜି) କାବୁ କରିଛି। ଏଥି ପାଇଁ ପାକିସ୍ତାନୀ ନାଗରିକ ଉପଯୋଗ କରିଥିବା ନୌକା ଅଲ-ମଦିନାକୁ ମଧ୍ୟ ଜବତ କରାଯାଇଛି। ଗିରଫ ପାକିସ୍ତାନୀଙ୍କୁ ଆଇସିଜି ପୋରବନ୍ଦର ଉପକୂଳକୁ ଆଣିଛି। ସୂଚନା ଅନୁସାରେ ଆଇସିଜି ପାଟ୍ରୋଲିଂ ସିପ୍ ୧୪ ଜାନୁୟାରୀ ରାତିରେ ନିୟମିତ ପାଟ୍ରୋଲିଂରେ ଥିବା ବେଳେ ପାକିସ୍ତାନୀଙ୍କ ଡଙ୍ଗା ଅନ୍ତର୍ଜାତୀୟ ଜଳ ସୀମା ଡେଇଁ ଭାରତକୁ ପ୍ରବେଶ କରିଥିଲା।

ରାଡାରରେ ଏହି ନୌକାକୁ ଟ୍ରାକିଂ କରାଯାଇଥିବା ବେଳେ ଏହା କୌଣସି ସାଧାରଣ ମାଛ ଧରା ନୌକା ନୁହେଁ ବୋଲି ସନ୍ଦେହ ହୋଇଥିଲା। କାରଣ ଏହାର ଗତିବିଦ୍ଧି ସନ୍ଦିଗ୍ଧ ଥିଲା। ଏଣୁ ଆଇସିଜି ପାଟ୍ରୋଲିଂ ସିପକୁ ନୌକା ଆଡକୁ ନିଆଯାଇଥିଲା। କୋଷ୍ଟଗାର୍ଡ ଜାହାଜକୁ ଦେଖି ଡଙ୍ଗାରେ ଥିବା ପାକିସ୍ତାନୀ ଆତଙ୍କିତ ହୋଇପଡିଥିଲେ। ଏଣୁ ନିଜ ଡଙ୍ଗାକୁ ପୁଣି ପାକିସ୍ତାନ ଜଳରାଶିକୁ ନେଇଯିବାକୁ ଉଦ୍ୟମ କରିଥିଲେ। ତେବେ ତଟ ରକ୍ଷୀ ଜବାନମାନେ କୌଶଳ କରି ଡଙ୍ଗାକୁ ଘେରି ଯାଇ ପାକିସ୍ତାନୀଙ୍କୁ କାବୁ କରିଥିଲେ।

ଏହି ସମୟରେ ଆରବ ସାଗରରେ ହାଇଭୋଲ୍ଟେଜ ଡ୍ରାମା ମଧ୍ୟ ହୋଇଥିଲା। ପାକିସ୍ତାନୀ ଡଙ୍ଗା ଅନ୍ଧକାରର ସୁଯୋଗ ନେଇ ପଳାୟନ କରିବାକୁ ଉଦ୍ୟମ କରିଥିଲା ହେଲେ କୋଷ୍ଟଗାର୍ଡ ଜାହାଜ ପିଛା ଛାଡି ନଥିଲା। ମାତ୍ର କିଛି ସମୟ ପରେ କୋଷ୍ଟ ଗାର୍ଡ ଜବାନ ଡଙ୍ଗାକୁ ଚାରିପଟରୁ ଘେରି ରହିଯିବାକୁ ଚେତାବନୀ ଦେଇଥିଲେ। ଏହା ପରେ ପାକିସ୍ତାନୀ ଡଙ୍ଗା ଓ ଏଥିରେ ଥିବା ଲୋକଙ୍କର କୌଣସି ଅନ୍ୟ ଉପାୟ ନଥିଲା ଏବଂ ଡଙ୍ଗାକୁ ଅଟକାଇ ଦେଇଥିଲେ। କୋଷ୍ଟଗାର୍ଡ ଜବାନ ଡଙ୍ଗାକୁ ଓହ୍ଲାଇ ପାକିସ୍ତାନୀମାନଙ୍କ ଯାଞ୍ଚ କରିଥିଲେ ଡଙ୍ଗା ସମେତ ସେମାନଙ୍କୁ ନେଇ ଉପକୂଳ ଆସିଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୋରବନ୍ଦରରେ ସୁରକ୍ଷା ଏଜେନ୍ସୀର ଏକ ବଡ଼ କେନ୍ଦ୍ର ରହିଛି। ସୂତ୍ର ଅନୁସାରେ ଡଙ୍ଗା କୂଳକୁ ଆସିବାମାତ୍ରେ ଦେଶର ସବୁ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସୀ ସେମାନଙ୍କୁ ନିଜ ହେପାଜତକୁ ନେଇଛନ୍ତି। ତେବେ ଏହି ପାକିସ୍ତାନୀ ଡଙ୍ଗା କେଉଁ ଉଦ୍ଦେଶ୍ୟରେ ଚୁପଚାପ ଭାରତ ସମୁଦ୍ରକୁ ପଶିଥିଲା ଇଣ୍ଟେଲିଜେନ୍ସୀ ବ୍ୟୁରୋ ଏହାର ସନ୍ଧାନ ନେବ। ସେହିପରି ଗୁଜରାଟ ଏଟିଏସ୍ ଆତଙ୍କବାଦୀ ଦୃଷ୍ଟିକୋଣ ଓ ସ୍ଥାନୀୟ ନେଟୱାର୍କର ଯାଞ୍ଚ କରିବ। ଏହା ଛଡା ନେଭି ଇଣ୍ଟେଲିଜେନ୍ସ ଓ ପୋଲିସ ସେମାନଙ୍କ ଜିପିଏସ ଡାଟା ଯାଞ୍ଚ କରିବେ।